ହ୍ଵାଟସଆପ୍‌ ୱେବ୍ ପାଇଁ ଖୁବଶୀଘ୍ର ଆସୁଛି ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟି ଫିଚର, ଏମିତି କରିବ କାମ

Whatsapp ଆପଣ ଡେସ୍କଟପ୍‌ରେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ ଏବଂ ଆଇଓଏସରେ ହ୍ଵାଟସଆପ୍‌କୁ ଲକ୍‌ କରିବାର ଫିଚର ମିଳିଥିଲା କିନ୍ତୁ ଏବେ ହ୍ଵାଟସଆପ୍‌ ୱେବରେ ମଧ୍ୟ କରିପାରିବେ।

ଏବେ ଏହି ଫିଚର ଫାଇନାଲ ବିଲ୍ଡଅପ୍‌ ହୋଇନାହିଁ। ଏବେ ଏହା ଟେଷ୍ଟିଂ ଚାଲିଛି। ହ୍ଵାଟସଆପ୍‌ରେ ଏହି ଫିଚର୍ସକୁ ଟ୍ରାକ୍‌ ରଖୁଥିବା ୱେବସାଇଟWABetainfoର ଏକ ରିପୋର୍ଟରେ କୁହାଯାଇଛି କି, ହ୍ଵାଟସଆପ୍‌ ଡେସ୍କଟପରେ ଫିଙ୍ଗରପ୍ରିଣ୍ଟ ଲକ୍‌ ମିଳିବ। ଏହାଛଡା ହ୍ଵାଟସଆପ୍‌ ଫିଚର ଆଣ୍ଡ୍ରଏଡ ଭର୍ସନ2.20.200.10 ରେ ଦିଆଯାଇଛି। ଫଳରେ ହ୍ଵାଟସଆପ ୱେବକୁ ଫିଙ୍ଗରପ୍ରିଣ୍ଟ ଅନଲକ୍‌ କରିପାରିବେ।

whatsapp web

କେମିତି କରିବ କାମ ?

ଯଦି ଆପଣ ଭାବୁଥାନ୍ତ କି, ଆପଣଙ୍କ ଲାପଟପ ରେ ଫିଙ୍ଗରପ୍ରିଣ୍ଟ ସ୍କାନର ନାହିଁ ତେବେ କେମିତି ସିକ୍ୟୁର ହେବ। ଏହା ଏମିତି ଫିଚର ନୁହେଁ। ଆପଣ ଯେତେବେଳେ ହ୍ଵାଟସଆପ୍‌ ୱେବର କ୍ୟୁଆର କୋର୍ଡ ସ୍କାନ କରିବେ, ସେତେବେଳେ ମୋବାଇଲରେ ହିଁ ଫିଙ୍ଗରପ୍ରିଣ୍ଟ ସ୍କାନ କରିବାକୁ ହେବ। ଏହି ଫିଚର ଆସିବା ପରେ ଡାଇରେକ୍ଟ କ୍ୟୁଆର କୋର୍ଡ ସ୍କାନ କରିବା ପରେ ମଧ୍ୟ ହ୍ଵାଟସଆପ୍‌ ୱେବ ଖୋଲିବ ନାହିଁ। ଏଥିପାଇଁ ଆପଣଙ୍କୁ ଫୋନରେ ହିଁ ଫିଙ୍ଗରପ୍ରିଣ୍ଟ ସ୍କାନ କରିବାକୁ ହେବ। ଏହି ଫିଚର ହ୍ଵାଟସଆପ୍‌ ୱେବ ସ୍ୟୁକିରିଟ ପାଇଁ ବହୁତ ଫାଇଦାଯୁକ୍ତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.