ଚାଷୀଙ୍କୁ ‘ପରିବା କୁକର’ ଯୋଗାଇବା ପାଇଁ ସହରାଞ୍ଚଳର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଜମା କଲେ ଲକ୍ଷାଧିକ ଟଙ୍କା, ଲୋକେ କରୁଛନ୍ତି ପ୍ରଶଂସା

ଚାଷୀଙ୍କ ଅବସ୍ଥା କିଏ ବା ନ ଜାଣେ। ଏମାନେ ଏତେ ପରିଶ୍ରମ କରୁଥିଲେ ମଧ୍ୟ ତା’ ପ୍ରତିବଦଳରେ ସେମିତି କିଛି ମିଳେ ନାହିଁ। ଦେଶରେ ଅନ୍ନ ଉତ୍ପାଦନ କରୁଥିବା ଏହି ଅନ୍ନଦାତା ପ୍ରତିଦିନ କିଛି ନା କିଛି ସମସ୍ୟା ସହିତ ଲଢ଼ିଥାଏ। ଏଭଳି ସ୍ଥଳେ ମୁମ୍ବାଇରେ ୧୦ମ ଶ୍ରେଣୀରେ ପଢ଼ୁଥିବା ୫୫ଜଣ ପିଲା ଗରିବ ଚାଷୀଙ୍କ ପାଇଁ ଲକ୍ଷାଧିକ ଟଙ୍କା ଜମା କରିଛନ୍ତି। ଚାଷୀ ଯେପରି ପରିବା କୁକର କିଣିପାରିବ, ସେଥିପାଇଁ ପିଲାମାନେ ଏଭଳି ନିଷ୍ପତ୍ତି ନେଇଥିଲେ। ଏହାଦ୍ୱାରା ବଜାରରେ ସେମାନଙ୍କୁ କ୍ଷତି ସହିବାକୁ ପଡିବ ନାହିଁ।

1

ମାହିମରେ ଥିବା ବମ୍ବେ ସ୍କଟିସ ସ୍କୁଲରେ ୫୫ଜଣ ପିଲା ୧୦ମ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ ମରାଠାୱାଡାର ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ପିଲାମାନେ କ୍ରାଉଡଫଣ୍ଡିଙ୍ଗ ଜରିଆରେ ଏବେ ସୁଦ୍ଧା ୧୬ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏହି କ୍ରାଉଡଫଣ୍ଡିଙ୍ଗ ୱାର୍କସପ ଜରିଆରେ ପ୍ରତ୍ୟେକ ଛାତ୍ରଙ୍କୁ କୁହାଯାଇଥିଲା କି, ସେମାନେ ଅତି କମରେ ୩୦,୦୦୦ ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରିବା ଉଚିତ, ଯାହାଫଳରେ ଦୁଇଜଣ ଚାଷୀଙ୍କୁ ସାହାଯ୍ୟ କରାଯାଇପାରିବ।

jj

ଏହି ପଇସାରେ କ’ଣ କରିବେ

ସଂଗ୍ରହ କରାଯାଇଥିବା ଏହି ଫଣ୍ଡ ମାଧ୍ୟମରେ ପାଖାପାଖି ୧୦୦ ଚାଷୀଙ୍କୁ ସାହାଯ୍ୟ କରାଯିବ। Rukart technologies ଦ୍ୱାରା ସେମାନଙ୍କୁ ପରିବା କୁକର ଉପଲବ୍ଧ କରାଯିବ, ଯଦ୍ଦ୍ୱାରା ସେମାନେ ପାଖ ପରିବା ବଜାରରେ ନିଜ କାମଧନ୍ଦା ଆରମ୍ଭ କରିପାରିବେ। ପରିବା କୁକର ଦ୍ୱାରା ପନିପରିବା ବହୁତ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ଫଳସ୍ୱରୂପ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ ନାହିଁ।

5

କମ୍ପାନୀର ଫାଉଣ୍ଡର ବିକାଶ ଝା କହିଛନ୍ତି, ‘ଯଦି ଆମେ ଏହାର ଅଧା ପଇସା ବି ଫାଇନାନ୍ସରେ ସାହାଯ୍ୟ କରିବା, ତେବେ ବାକି ପଇସା ଚାଷୀ ନିଜେ ଦେବ’। ଜଣେ ଛାତ୍ର କହିଛନ୍ତି, ‘ପ୍ରଥମ ଦିନରୁ ହିଁ ଲୋକେ ଏହି କାମ ପାଇଁ ସେମାନଙ୍କୁ ସାହାଯ୍ୟ କରିଛନ୍ତି। ସେମାନେ ୧.୨୯ ଲକ୍ଷ ଟଙ୍କା ନିଜେ ହିଁ ସଂଗ୍ରହ କରିଛନ୍ତି। ଲୋକେ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି’। ତେବେ ୧୦ମ ଶ୍ରେଣୀର ଏହି ପିଲାମାନେ ଏଭଳି କାମ କରି ଲୋକଙ୍କ ହୃଦୟ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.