ସ୍ମାର୍ଟଫୋନ ଦରରେ କିଣିପାରିବେ ବାଇକ, ବିଳମ୍ବ ନକରି ତୁରନ୍ତ କରନ୍ତୁ ବୁକିଙ୍ଗ

ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ବାଇକକୁ ନେଇ ଡିମାଣ୍ଡ ଅଧିକ ଥାଏ । କିନ୍ତୁ ଦେଶରେ BS 6 ନିୟମ ବାଧ୍ୟତା ମୂଳକ କରାଯିବା ପରେ ଦେଶରେ ଦୁଇଚକିଆ ଯାନ ମୂଲ୍ୟ ଅନେକ ଗୁଣା ବଢି ଯାଇଛି। ଦର ବଢିବା କାରଣରୁ ଲୋକେ ବାଇକ କିଣିବାରେ କିଛିଟା ପଛଘୁଞ୍ଚା ଦେଉଥିବା ଲକ୍ଷ କରାଯାଉଛି ।କିନ୍ତୁ ଜାଣନ୍ତିକି ଭାରତର ଏକ କମର୍ସିଆଲ ୱେବସାଇଟ Droom ସେକେଣ୍ଡ ହ୍ୟାଣ୍ଡ ବାଇକ ଗୁଡିକୁ ନିଜ ୱେବସାଇଟରେ ଲଂଚ କରିଛନ୍ତି । ଯାହା ମାଧ୍ୟମରେ ଖୁବ କମ ଦରରେ ଗ୍ରାହକ ମାନେ ବାଇକ କିଣି ମଜା ନେଇପାରିବେ । ଆଉ ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଗୋଟେ ସ୍ମାର୍ଟଫୋନ ମୂଲ୍ୟରେ ହିରୋ ସ୍ପ୍ଲେଣ୍ଡର ଓ ପଲସର ପରି ବାଇକ କିଣା ଯାଇପାରିବ ।

ବଜାଜ ପଲସର:

ଦେଶର ଅନ୍ୟତମ ପ୍ରମୁଖ ବାହାନ ନିର୍ମାତା କମ୍ପାନୀ ବଜାଜ ନିଜ Pulser 180 ବାଇକ ଏହି କମରସିଆଲ ୱେବସାଇଟରେ ବିକ୍ରି ପାଇଁ ଲଞ୍ଚ କରିଛି । ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା ହେଉଛି ୨୦୧୧ ମସିହାର ମଡ଼େଲ । ଆଉ ଏହି ବାଇରେ ୬୧ ହଜାର ୯୬୯
କିଲୋମିଟର ପର୍ଯ୍ୟନ୍ତ ବାଟ ଚାଲିସାରିଛି । ଏହାର ପ୍ରକୃତ ମାଲିକ ଏହାକୁ ବିକ୍ରି କରୁଥିବା ବେଳେ ଏହାର ଦାମ ୧୪ ହଜାର ୬୧୭ ଟଙ୍କା ରଖାଯାଇଥିବା ଜଣାଯାଇଛି ।

Hero Super Splendor Disc BS6 Price, Images, Mileage, Specs & Features

ହିରୋ ସ୍ପ୍ଲେଣ୍ଡର ପ୍ଲସ:

କମ୍ୟୁଟର ୱେବସାଇଟରେ ଏକ ସ୍ପ୍ଲେଣ୍ଡରକୁ ୱେବସାଇଟରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି  । ମିଳିଥିବା ସୂଚନା ଅନୁଯାୟୀ, ଏହା ହେଉଛି ୨୦୦୬ ମସିହା ମଡେଲ । ଆଉ ଏଯାବତ ଏହି ବାଇକ ୨୫୦୦୦ କିମି ଚାଲିସାରିଛି । ବାଇକର ତୃତୀୟ ମାଲିକ ହିଁ ଏହାକୁ ବିକ୍ରି କରିବେ । ରିପୋର୍ଟ ଅନୁଯାୟୀ ଏହାର ମୂଲ୍ୟ ୧୪ ହଜାର ଟଙ୍କା ରଖାଯାଇଛି ।

second new

 

 

ଟିଭିଏସ ଷ୍ଟାର ସିଟି:

ଟିଭିଏସ ମୋଟର୍ସର ପ୍ରସିଦ୍ଧ ମଡେଲ ଟିଭିଏସ ଷ୍ଟାର ସିଟିକୁ ବି ଏହି ୱେବସାଇଟରେ ବିକ୍ରି ପାଇଁ ଲଂଚ କରାଯାଇଛି । ରିପୋର୍ଟ ଅନୁଯାୟୀ, ଏହା ହେଉଛି କମ୍ପାନୀର ୨୦୦୭ ମଡେଲ ବାଇକ । ଆଉ ଏଯାବତ ଏହି ବାଇକ ୪୭ ହଜାର ୭୦୦ କିମି ପର୍ଯ୍ୟନ୍ତ ବାଟ ଚାଲିସାରିଛି । ଏହାର ପ୍ରଥମ ମାଲିକ ହିଁ ଏହାକୁ ବିକ୍ରି କରିବାକୁ ନିର୍ଣ୍ଣୟ ନେଇଛନ୍ତି । ମାଲିକଙ୍କ ପକ୍ଷରୁ ଏହାର ମୂଲ୍ୟ ୧୩୦୦୦ ଟଙ୍କା ରଖାଯାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.