୭ହଜାରରୁ ବି କମ୍‌ ଦାମରେ କିଣନ୍ତୁ Realmeର ଏହି ଜବରଦସ୍ତ ଫୋନ୍‌, 5000mAh ବ୍ୟାଟେରୀ ସହ ପାଇବେ ବଢ଼ିଆ ଫିଚର୍ସ

ଫ୍ଲିପକାର୍ଟ ସ୍ମାର୍ଟଫୋନ୍‌ କାର୍ନିଭଲ ସେଲ ଚାଲୁଛି। ଆଉ ଏହି ସେଲର ଶେଷ ତାରିଖ ହେଉଛି ୮ ସେପ୍ଟେମ୍ବର। ଆପଣ ଏହି ସେଲରେ ନିଜ ବଜେଟକୁ ସୁହାଇଲା ଭଳି ଫୋନ କିଣିପାରିବେ। ସେଲରେ ସାମସଙ୍ଗ, ରିୟଲମି, ମୋଟୋରୋଲା ଫୋନ୍‌ ଉପରେ ବହୁତ ଭଲ ଅଫର୍‌ ରହିଛି।  ତେବେ ଯଦି ଆମେ କିଛି ବେଷ୍ଟ ଅଫର୍ସ ବିଷୟରେ କହିବା ତାହେଲେ ଗ୍ରାହକ ସେଲରେ ରିୟଲମି C20 (Realme C20) କୁ ବହୁତ ଶସ୍ତାରେ କିଣିପାରିବେ। ଫ୍ଲିପକାର୍ଟରେ ମିଳିଥିବା ସୂଚନା ଅନୁଯାୟୀ ଫୋନକୁ ଆପଣ ୭,୯୯୯ ଟଙ୍କା ବ ଦଳରେ ୭,୪୯୯ ଟଙ୍କାରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ବଜେଟ୍‌ ଫୋନର ଫୁଲ ଫିଚର୍ସ।

ରିୟଲମି ସି୨୦ରେ 720×1600 ପିକ୍ସେଲ ରିଜୋଲ୍ୟୁସନ୍‌ ସହିତ ୬.୫ ଇଞ୍ଚର ଏଚଡି + IPS ଡିସପ୍ଳେ ଦିଆଯାଇଛି। ଏହାର ଡିସପ୍ଲେର ଆସପେକ୍ଟ ରେସିଓ ୨୦:୯ ରହିଛି। ଏହି ଫୋନ୍‌ ମିଡିୟାଟେକ ହିଲିଓ ଜି୩୫ ପ୍ରୋସେସର ଉପରେ କାମ କରିଥାଏ। ଫୋନରେ ୨ ଜିିବି LPDDR4x ରାମ ଏବଂ ୩୨ ଜିିବି ଇଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି। ଷ୍ଟୋରେଜକୁ ୨୫୬ ଜିବି ପର୍ଯ୍ୟନ୍ତ ମାଇକ୍ରୋ ଏସଡି କାର୍ଡ ସପୋର୍ଟ ସହିତ ବଢ଼ାଯାଇପାରିବ। ରିୟଲମି ସ୨୦ରେ ଓଏସ୍‌ ଭାବରେ ଆଣ୍ଡ୍ରଏଡ୍‌ ୧୦ ଉପରେ ଆଧାରିତ ରିୟଲମି ୟୁଆଇ ଦିଆଯାଇଛି।

କ୍ୟାମେରା କଥା କହିବା ତ ଫୋନରେ ରିୟର ଫୋନ ଏଲଇଡି ଫ୍ଲାସ ସହିତ ୮ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏହି ଫୋନରେ ଆପଣଙ୍କୁ ୫ ମେଗାପିକ୍ସେଲର କ୍ୟାମେରା ମିଳିବ। କ୍ୟାମେରାରେ ନାଇଟ ମୋଡ, ପ୍ୟାନରାମିକ ଭ୍ୟୁ, ଟାଇମ ଲାପ୍ସ, ପୋର୍ଟେଟ ମୋଡ ଭଳି ଫିଚର୍ସ ଦିଆଯାଇଛି।

ପାଓ୍ଵାର ପାଇଁ ଫୋନରେ ୫୦୦୦ ମାହ ବ୍ୟାଟେରୀ ଦିଆଯାଇଛି। ଏହି ଫୋନ ରିଭର୍ସ ଚାର୍ଜିିଙ୍ଗ ସପୋର୍ଟ ସହିତ ଆସୁଛି। କନେକ୍ଟିଭିଟୀ ପାଇଁ 4G LTE, ଓ୍ଵାଇ-ଫାଇ 802.11 b/g/n, ବ୍ଲୁଟୁଥ ଭର୍ଜନ , ଜିପିଏସ ଏବଂ ୩.୫mm ଡେଡଫୋନ୍‌ ଜ୍ୟାକ ଭଳି ଫିଚର୍ସ ମହଜୁଦ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.