Below header

ଅଟୋ ଚାଲୁଛି ସେ ପୁଣି ଦୁଇଟି ଚକରେ, ଷ୍ଟଣ୍ଟ ଦେଖି ରୋହିତ ସେଟ୍ଟୀ ବି ହୋଇଗଲେ ଆଶ୍ଚର୍ଯ୍ୟ

ଗୋଟେ ଅଟୋ ରିକ୍ସାଯେ ଦୁଇଟି ଚକରେ ଚାଲୁଥିବା ଆପଣ କେବଳ ଟିଭି କିମ୍ବା ଫିଲ୍ମରେ ହିଁ ଦେଖିଥିବେ ।  କିନ୍ତୁ ବାସ୍ତବ ଦୁନିଆରେ କେବେ ଏମିତି ଏକ ଦୃଶ୍ୟର ମଜା ନେଇଛନ୍ତିକି ।  ନାହିଁ ନା ।  କିନ୍ତୁ କିଛି ଲୋକ ଅତ୍ୟନ୍ତ ସାହସର ସହିତ ଏମିତି ଦୁଃସାହସିକ କାରନାମା କରି ଦେଖାଇଥାନ୍ତି ।  ଆଉ ଏମାନଙ୍କ ଷ୍ଟଣ୍ଟ ଗୁଡିକ ଏତେ ଦମଦାର ଥାଏ ଯେ କୌଣସି ଫିଲ୍ମର ସୁପର ହୀରୋ ମାନଙ୍କ ଷ୍ଟଣ୍ଟକୁ ବି ଏହା ପଛରେ ପକାଇଦେବ ।  ଏଇ ନିକଟରେ ଏକ ଭିଡିଓ ରିଲିଜ ହୋଇଛି ।  ଘଟଣାଟି ପ୍ରକୃତରେ କେଉଁଠାରେ ଘଟିଛି ସେବାବଦରେ ତ ଜଣାନାହିଁ କିନ୍ତୁ ଦୃଶ୍ୟ ଟିକୁ ଯିଏ ଦେଖୁଛି ନିଶ୍ଚିତ ରୂପେ ତାଯୁବ ହେଇଯାଉଛି ।  ଯେମିତି ଲାଗୁଛି ଅଟୋ ଭିତରେ ରୋହିତ ସେଟ୍ଟୀଙ୍କ ଫିଲ୍ମର କୌଣସି ହିରୋ ବସି ଅଟୋ ଚଲାଉଛନ୍ତି ।  ଅଟୋ ଚାଳକ ଜଣଙ୍କ ହଟାତ ଦୁଇ ଚକରେ ଅଟୋଟିକୁ ଚଳାଇବା କ୍ଷଣି ସେଠାରେ ଉପସ୍ଥିତ ଥିବା ଲୋକେ ଦଣ୍ଡେ ଛିଡା ହୋଇଯାଇଥିଲେ ।  ଆଉ ସମସ୍ତଙ୍କ ଆଖିରେ ବିସ୍ମୟର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଥିଲା ।  ଯେମିତି ଗୋଟିଏ ଲୟରେ ହିଁ ସେମାନେ ଅଟୋଟିକୁ ଚାହିଁ ରହିଥାନ୍ତି ।  କାହାର ବି ନଜର ତା ଉପରୁ ଉଠୁନଥିଲା ।

 

 

 

କେହି କେହି ତ ମଜାଳିଆ ଅନ୍ଦାଜରେ କହିଥିଲେକି ଏମିତି ଅପୂର୍ବ ଷ୍ଟଣ୍ଟ ଦେଖି ହୁଏତ ଷ୍ଟଣ୍ଟ ମାଷ୍ଟର ରୋହିତ ସେଟ୍ଟୀ ବି ନିଜ ଚୌକିରୁ ଛିଡା ହୋଇପଡ଼ିଥିବେ ।
ଦୀନେଶ ଯୋଶୀ ନାମକ ଜଣେ ଟ୍ୱିଟର ୟୁଜର ହିଁ ଏହି ଭିଡିଓ ଟିକୁ ସେୟାର କରିଛନ୍ତି ।  ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି, “ମୁଁ ଏବେ ଯାଏଁ ବି ସିଓର ନୁହେଁ କି ବ୍ୟକ୍ତି ଜଣଙ୍କ ନିଜ ଟେଷ୍ଟିଙ୍ଗ ଦକ୍ଷତା ଯାଞ୍ଚ କରୁଛନ୍ତି ନା, ଡ୍ରାଇଭିଙ୍ଗ ଦକ୍ଷତା ନା ଅଟୋ ରିକ୍ସାର ଟାୟର କିମ୍ବା ଷ୍ଟ୍ରେନ୍ଥକୁ ପରଖୁଛନ୍ତି ।  କଣ ଆପଣ କେବେ ଏମିତି ଦୃଶ୍ୟ ଦେଖିଛନ୍ତି କି ?”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.