ପୌର ନିର୍ବାଚନରେ ୫୦ ପ୍ରତିଶତ ଭିତରେ ଏସସି, ଏସ୍‌ଟି ଓ ଓବିସି ସଂରକ୍ଷଣ ସୀମିତ ରହିବ, ଆଗତ ହେଲା ଓଡ଼ିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍‌

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍‌ । ପୌର ନିର୍ବାଚନରେ ୫୦ ପ୍ରତିଶତ ଭିତରେ ଏସସି, ଏସ୍‌ଟି ଓ ଓବିସି ସଂରକ୍ଷଣ ସୀମିତ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ ।

ଏହି ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯିବ । ଯାହାକି ୨୭ ପ୍ରତିଶତରୁ ଅଧିକ ହେବନାହିଁ । ଏହି ବିଲ୍‌ ବିଧାନସଭାରେ ପାରିତ ହେଲେ ପୌର ନିର୍ବାଚନ ପାଇଁ ବାଟ ଫିଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.