ପ୍ରଥମେ କରିନିଅନ୍ତୁ ମାଗଣା ସପିଂ, ଗୋଟେ ମାସ ପରେ ଦେବେ ପଇସା: Freecharge ଆଣିଲା ଜବରଦସ୍ତ ଫିଚର

କରୋନା ଭାଇରସ କାରଣରୁ ଦେଶରେ ଚାଲିଥିବା ଲକଡାଉନକୁ ଦେଖି ଇ-ୱାଲେଟ କମ୍ପାନୀ Freecharge ୟୁଜର୍ସଙ୍କ ପାଇଁ ସ୍ବତନ୍ତ୍ର ସର୍ଭିସ Pay later ଜାରି କରିଛି। କମ୍ପାନୀ ଏହି ସର୍ଭିସ ୟୁଜର୍ସଙ୍କ ସୁବିଧାକୁ ଧ୍ୟାନରେ ରଖି କରିଛି। Pay Later ଫିଚର ବ୍ଯବହାର କରି ନିଜର ଜରୁରୀ କାମ କରିଦିଅନ୍ତୁ ଏବଂ ମାସେ ପରେ ପଇସା ପେମେଣ୍ଟ କରିପାରିବେ। ଏହି ଫିଚର କ୍ରେଡିଟ କାର୍ଡ ଭଳି କାମ କରିଥାଏ। ଅନ୍ଯ ଇ-ୱାଲେଟ କମ୍ପାନୀ ଏପରି ସୁବିଧା ଯୋଗାଉଛି। ତେବେ ଆସନ୍ତୁ ଜାଣିବା Freecharge ରେ କିପରି Pay Later ଫିଚରକୁ ବ୍ଯବହାର କରିବେ।

ଯଦି ଆପଣ FreeCharge ଆପର ବ୍ଯବହାର କରୁଛନ୍ତି, ତେବେ ଏହି ସୁବିଧାର ଲାଭ ଉଠାଇପାରିବେ। ଆପଣ ଏଯାଏଁ ଯଦି ଏହାକୁ ବ୍ଯବହାର କରିନାହାନ୍ତି, ତେବେ ଡାଉନଲୋଡ କରି ତୁରନ୍ତ ରେଜିଷ୍ଟ୍ରେସନ କରିଦିଅନ୍ତୁ। ଏହା ପରେ KYC ଜରିଆରେ ନିଜର ପ୍ଯାନ କାର୍ଡ ଏବଂ ଆଧାର କାର୍ଡ ଭେରିଫିକେସନ ସଂପୂର୍ଣ୍ଣ କରିଦିଅନ୍ତୁ। KYC ପୂରଣ ହେବା ପରେ Pay Later ସର୍ଭିସକୁ ଯାଇ ଆପ୍ଲାଏ କରନ୍ତୁ। ଏଥିପାଇଁ ପ୍ରଥମେ ଫ୍ରିଚାର୍ଜରେ ଆପଣଙ୍କୁ ନିଜର କ୍ରେଡିଟ ସ୍କୋର ଚେକ୍ କରିବ ଏବଂ ପରେ ଠିକ୍ ହେବା ପରେ ୫ ହଜାର ଟଙ୍କାର କ୍ରେଡିଟ ଲିମିଟ ମିଳିବ। ଏହି କ୍ରେଡିଟ ଲିମିଟ ହେବା ପରେ ଆପଣ ଜରୁରୀ କାମ କରିପାରିବେ ଏବଂ ଆସନ୍ତା ମାସରେ ପେମେଣ୍ଟ କରିପାରିବେ।

ଫ୍ରିଚାର୍ଜ ପେ ଲେଟର ଫିଚର ଉପଯୋଗ କରି କମ୍ପାନୀ ୧୦ ହଜାରରୁ ଅଧିକ ଅନଲାଇନ ଏବଂ ଅଫଲାଇନ ପାଟର୍ନର ମରଚାଣ୍ଟ ନେଟୱାର୍କରେ କରିପାରିବେ। ଏହା ଜରିଆରେ ଆପଣ ନିଜ ଫୋନର ବିଲ୍ ମଧ୍ୟ ପେମେଣ୍ଟ କରିପାରିବେ। ଏହାସହିତ ମୋବାଇଲ ରିଚାର୍ଜ, ଇଲେକ୍ଟ୍ରି ବିଲ, ଡିଟିଏଚ ରିଚାର୍ଜ ସହିତ ଔଷଧ ମଧ୍ୟ ଅର୍ଡର କରିପାରିବେ। କେବଳ ଏତିକି ନୁହେଁ, ୟୁଜର୍ସ ଖାଇବା ଅର୍ଡର ସହିତ ଅନଲାଇନ ଗ୍ରୋସରୀ ଅର୍ଡର କରିପାରିବେ। ପ୍ରଥମେ ୟୁଜର୍ସଙ୍କୁ କେବଳ ୫ ହଜାର ଟଙ୍କା ରାଶି ମିଳିବ କିନ୍ତୁ କ୍ରେଡିଟ ସ୍କୋର ଭଲ ରହିଲେ ଏହାର ଲିମିଟ୍ ବଢାଇଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.