ଆମେରିକା ବିଶେଷଜ୍ଞଙ୍କ ଚେତାବନୀ! କୋଭିଡ଼-୧୯ ପରେ ଆସିପାରେ କୋଭିଡ଼-୨୬ ଓ କୋଭିଡ଼-୩୨

ନୂଆଦିଲ୍ଲୀ: ଆମେରିକା ବିଶେଷଜ୍ଞଙ୍କ ଚେତାବନୀ । କୋଭିଡ଼-୧୯ ପରେ ଆସିପାରେ କୋଭିଡ଼-୨୬ ଓ କୋଭିଡ଼ -୩୨ । ୨୦୨୬ ଓ ୨୦୩୨ରେ ଆଉ ଦୁଇଟି କୋଭିଡ଼ ମହାମାରୀର ସାମ୍ନା କରିପାରନ୍ତି ବିଶ୍ୱବାସୀ। କୋଭିଡ଼-୧୯ ଭୂତାଣୁ କେଉଁଠୁ ଆସିଛି ଓ ଏହା ମଣିଷକୁ କିପରି ସଂକ୍ରମିତ କରୁଛି ସେନେଇ ସନ୍ଧାନ ଚାଲିଥିବାବେଳେ ଆମେରିକା ବିଶେଷଜ୍ଞ ଏପରି ଚେତାବନୀ ଦେଇଛନ୍ତି ।

ସେମାନେ କହିଛନ୍ତି, କୋଭିଡ଼-୧୯ ଭୂତାଣୁ ଉତ୍ପତ୍ତିର ଉପଯୁକ୍ତ ସନ୍ଧାନ କରାନଗଲେ ବିଶ୍ୱରେ କୋଭିଡ଼-୨୬ ଓ କୋଭିଡ଼- ୩୨ ପରି ଅନେକ ମହାମାରୀ ଦେଖାଯିବ । କୋଭିଡ଼-୧୯ ଉତ୍ପତ୍ତିର ସନ୍ଧାନ କରି ଏହାର ସମାଧାନ ନିତ୍ୟାନ୍ତ ଆବଶ୍ୟକ। କରୋନା ଭୂତାଣୁ ଉହାନ୍‌ ଲ୍ୟାବରୁ ବାହିରିନି ବୋଲି ଚୀନ୍‌ ଦାବି କରୁଛି । ତେବେ ଭୂତାଣୁରୁ ଉତ୍ପତ୍ତି ସ୍ଥଳ ସଂକ୍ରାନ୍ତ ଯାଞ୍ଚରେ ସହାୟତା କରିବା ଜରୁରି ବୋଲି କହିଛନ୍ତି ଦୁଇ ବିଶେଷଜ୍ଞ ସ୍କଟ ଗୋଟଲିବ୍‌ ଓ ପିଟର ହଟେଜ୍‌ । ଗୋଟଲିବ୍‌ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନର କମିସନର ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.