ଫେସବୁକ୍ରେ ଏମିତି ପାଆନ୍ତୁ ବ୍ଲୁ ଟିକ୍, ହୋଇ ଯାଆନ୍ତୁ ଭେରିଫାଏ, ଜାଣନ୍ତୁ ପୁରା ତରିକା

ନୂଆଦିଲ୍ଳୀ : ଯେମିତି ଟ୍ଵିଟରରେ ୟୁଜର୍ସଙ୍କୁ ଭେରିଫିକେସନ ପ୍ରୋସେସ ପରେ ବ୍ଲୁ ଟିକ୍ ମିଳିଥାଏ । ସେହିପରି ଫେସବୁକ୍ ବି ୟୁଜର୍ସଙ୍କୁ ବ୍ଲୁଟିକ୍ ଦେଇଥାଏ । ଟ୍ଵିଟର ଭଳି ଫେସବୁକରେ ୟୁଜର୍ସଙ୍କୁ ନାମ ଆଗରେ ବ୍ଲୁ ଟିକ୍ ଲଗାଯାଇଥାଏ । ବଡ଼ ବଡ଼ କମ୍ପାନୀ ଓ ବ୍ୟକ୍ତି ମଧ୍ୟ ଟ୍ଵିଟର, ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ନଜେ କିମ୍ବା ନିଜ କମ୍ପାନୀର ଭେରିଫାଏ କରି ବ୍ଲୁ ଟିକ ନେଇଥାନ୍ତି ।
ବ୍ଲୁ ଟିକ୍ରେ କ’ଣ ଫାଇଦା ହୋଇଥାଏ
ଏହି ବ୍ଲୁ ଟିକ୍ ମିଳିବା ପରେ କେହି ବ୍ୟକ୍ତି କିମ୍ବା ତାଙ୍କର କମ୍ପାନୀ ତାଙ୍କର ପ୍ରକୃତ ଆକାଉଣ୍ଟ ହେବାର ପ୍ରଣାଳୀକତା ମିଳିଯାଏ । ଏହାଛଡ଼ା ୟୁଜର୍ସଙ୍କୁ ଲାଇକ ବି ଅଧିକ ମିଳିବାର ସମ୍ଭାବନା ଥାଏ ।
ଫେସ ବୁକ୍ରେ ବ୍ଲୁ ଟିକ ପାଇବା ପାଇଁ କ’ଣ କରିବେ
• ସର୍ବ ପ୍ରଥମେ ଆପଣଙ୍କୁ ଯେଉଁ ଫେସବୁକ୍ ଆକାଉଣ୍ଟକୁ ଭେରିଫାଏ କରିବାର ଅଛି ତାକୁ ଲଗ ଇନ କରନ୍ତୁ ।
• ପୁଣି ଆପଣଙ୍କ ପ୍ରୋଫାଇଲ ପିକଚର ଉପରେ କ୍ଲିକ କରି Settings & Privacy ଅପସନକୁ ଯାଆନ୍ତୁ ।
• ଏହାପରେ‘ସେଟିଂ ଓ ପ୍ରାଇଭେସି’ ଅପସନ ଉପରେ କ୍ଲିକ କରି Personal and Account Information କୁ ଯାଆନ୍ତୁ ।
• ଏଥିପାଇଁ ୟୂଜର୍ସଙ୍କୁ ଏକ ଫର୍ମ ଭରିବାର ଆବଶ୍ୟକତା ପଡିପାରେ ।
• ଏହାପରେ ଆପଣଙ୍କୁ ବହୁତ ବିକଳ୍ପ ମିଳିଯାଏ । ଏବେ ଯଦି ଆପଣ ନିଜର ପ୍ରୋଫାଇଲ ବା ପେଜ୍ ମଧ୍ୟରୁ ଯାହାକୁ ଭେରିଫାଏ କରିବାର ଅଛି ସେ ବାବଦରେ କହିବାକୁ ହେବ ।
• ଏବେ ଆପଣଙ୍କୁ ଭେରିଫିକେସନ ପାଇଁ କୌଣସି ଏକ ଡକ୍ୟୁମେଣ୍ଟ ସିଲେକ୍ଟ କରି ତାହାର କପି ଅପଲୋଡ କରିବାର ଅଛି ।
• ଏବେ ଆପଣଙ୍କୁ ଆପଣଙ୍କର ଦେଶର ନାମ ପଚରାଯିବ, ଏବେ ଇଣ୍ଡିଆ ସିଲେକ୍ଟ କରି ନେକ୍ସଟ କ୍ଲିକ କରନ୍ତୁ ।
• ଏହାପରେ ଆଡିସନ ଅପସନକୁ ସିଲେକ୍ଟ କରନ୍ତୁ ।
• ପୁଣି ଆପଣଙ୍କ ଫେସବୁକ ଆକାଉଣ୍ଟରୁ ୫ ଆର୍ଟିକଲ /ପୋଷ୍ଟ ର ଲିଙ୍କ୍ ଅପଲୋଡ କରନ୍ତୁ ।
• ପୁଣି ତଳେ ଦିଆଯାଇଥିବା ବଟନକୁ କ୍ଲିକ କରି ଦିଅନ୍ତୁ । ଫଳରେ ବ୍ଲୁ ଟିକ୍ ପାଇଁ ଆପଣଙ୍କ ଆବେଦନ ପୁରା ହୋଇଗଲା ।
ଯଦି ଆପଣଙ୍କ ସବୁ ଦିଆଯାଇଥିବା ତଥ୍ୟ ଠିକ ରହେ ତ ଫେସବୁକ୍ ଆସନ୍ତା ୪୮ ଘଣ୍ଟା ପରେ ଆପଣଙ୍କ ଆକାଉଣ୍ଟ ଭେରିଫାଏ କରିଦେବ । ଯଦି ଫେସବୁକ କୁ ଆପଣଙ୍କ ଆବେଦନ ଠିକ୍ ନଲାଗିଲା ସେ ତାକୁ ରିଜେକ୍ଟ କରିପାରେ ।