ଗୁଗଲ ବାର୍ଥଡେ, ୨୫ ବର୍ଷ ଧରି ଲୋକଙ୍କୁ କରୁଛି ସାହାଯ୍ୟ

ଯଦି ଆପଣ ଗୁଗଲର ଜନ୍ମଦିନ ବିଷୟରେ ଜାଣିବାକୁ ଚାହୁଁଥିବେ, ତେବେ ଆପଣ ଗୁଗଲରେ ହିଁ ଖୋଜିବେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଜାଣି ନଥିବେ ଯେ ଗୁଗଲ ଏକ ଗ୍ୟାରେଜରୁ ଆରମ୍ଭ ହୋଇଥିଲା କିନ୍ତୁ ଆଜି ଏହା ବିଶ୍ୱରେ ରାଜ୍‌ କରୁଛି

ବର୍ତ୍ତମାନ ସମୟରେ ଗୁଗଲ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆବଶ୍ୟକତା ହୋଇଯାଇଛି । ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି କରିଛି । ଗୁଗଲ ୪ ସେପ୍ଟେମ୍ବର ୧୯୯୮ରେ ଆସିଥିଲା, ଯାହା ଆମେରିକାର ଲ୍ୟାରୀ ପେଜ ଏବଂ ସର୍ଗେଇ ବ୍ରିନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

ଯଦି କୌଣସି ବ୍ୟକ୍ତିଙ୍କୁ କିଛି ବି ସର୍ଚ୍ଚ କରିବାର ଥାଏ ତେବେ ସେ ପ୍ରଥମେ ଗୁଗଲ କଥା ଭାବିଥାଏ । ଯଦି ଆପଣ ଗୁଗଲର ଜନ୍ମଦିନ ବିଷୟରେ ଜାଣିବାକୁ ଚାହୁଁଥିବେ, ତେବେ ଆପଣ ଗୁଗଲରେ ହିଁ ଖୋଜିବେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଜାଣି ନଥିବେ ଯେ ଗୁଗଲ ଏକ ଗ୍ୟାରେଜରୁ ଆରମ୍ଭ ହୋଇଥିଲା କିନ୍ତୁ ଆଜି ଏହା ବିଶ୍ୱରେ ରାଜ୍‌ କରୁଛି । ଗୁଗଲ ତୁଳନାରେ ଅନ୍ୟ କୌଣସି ସର୍ଚ୍ଚ ଇଞ୍ଜିନ୍ ଏହି ସ୍ଥାନରେ ପହଞ୍ଚିବାରେ ସକ୍ଷମ ହୋଇ ନାହିଁ ।

ଗୁଗଲ ଲୋକଙ୍କ ହୃଦୟ ଏବଂ ମନରେ ଏକ ସ୍ଥାନ ସୃଷ୍ଟି କରିଛି । ଲୋକମାନେ ଗୁଗଲ ଉପରେ ନିର୍ଭର କରି ଅଜଣା ରାସ୍ତାରେ ଯାତ୍ରା କରନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଯେଉଁଠାରେ ବି ସେମାନେ ଅଟକି ଯିବେ ଗୁଗଲ ସେମାନଙ୍କୁ ରାସ୍ତା ଦେଖାଇବ ।

ଲ୍ୟାରି ପେଜ୍ ଏବଂ ସର୍ଗେଇ ବ୍ରିନ ଏହି ସର୍ଚ୍ଚ ଇଞ୍ଜିନ୍କୁ ସୁସାନ୍ ୱୋଜସ୍କିଙ୍କ ଏକ ଗ୍ୟାରେଜରେ ତିଆରି କରିଥିଲେ । ଏହି ସମୟରେ ଉଭୟ ପିଏଚଡି ଛାତ୍ର ଥିଲେ, କାଲିଫର୍ନିଆର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଛାତ୍ରମାନେ ଏହି ଚମତ୍କାର ସର୍ଚ୍ଚ ଇଞ୍ଜିନ୍ ତିଆରି କରିଛନ୍ତି ।

ଗୁଗଲ ପୂର୍ବରୁ ଗୁଗଲ ନଥିଲା । ଏହା ଆସିବାର କିଛି ବର୍ଷ ପରେ ବ୍ରିନର କମ୍ପାନୀ ଏହି ସର୍ଚ୍ଚ ଇଞ୍ଜିନର ନାଁ ଗୁଗଲ ରଖିଥିଲା । ପୂର୍ବରୁ ଲୋକମାନେ ଇମେଲ ପାଇଁ Yahoo Mail ଏବଂ Rediff Mail ବ୍ୟବହାର କରୁଥିଲେ । ଏଭଳି ପରିସ୍ଥିତିରେ ଗୁଗଲ ଏହାର ୟୁଜରଙ୍କ ସୁବିଧା ପାଇଁ Gmail ଲଞ୍ଚ କରିଥିଲା । ଆଜି Gmail ଦୁନିଆର ସବୁଠୁ ବଡ ମେଲିଂ ସର୍ଭିସରେ ପରିଣତ ହୋଇଛି । ୟୁଟ୍ୟୁବ୍ ମଧ୍ୟ ଗୁଗଲର ଏକ ଅଂଶ । ସ୍ମାର୍ଟଫୋନ୍ ଚଲାଇବା ପାଇଁ ବ୍ୟବହାର ହେଉଥିବା ଆଣ୍ଡ୍ରଏଡ୍ OS ମଧ୍ୟ ଗୁଗଲରୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.