Below header

ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରୀରେ ଧମାକା କରିବା ପରେ ଏବେ ଗୁଗଲ୍‌ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟଓ୍ଵାଚ ‘ରୋହନ’

ସ୍ମାର୍ଟଫୋନ ପରେ ଏବେ ସ୍ମାର୍ଟଓ୍ଵାଚ ଲଞ୍ଚ କରିବାକୁ ଯାଉଛି ଗୁଗଲ୍‌। ଏବେ ଗୁଗଲ୍‌ର ଅପକମିଂ ପ୍ରଡକ୍ଟସ ବିଷୟରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି। ନିକଟରେ କମ୍ପାନୀ ପକ୍ଷରୁ ନୂଆ ପ୍ରଡକ୍ଟକୁ ନେଇ କିଛି ସୂଚନା ମିଳିଛି। ଏହି ପ୍ରଡକ୍ଟ ବିଷୟରେ ୨୦୧୯ରେ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ପୁଣି ଏହି ପ୍ରଡକ୍ଟକୁ ନେଇ ଚର୍ଚ୍ଚା ଚାଲିଛି। ବିଜନେସ ଇନସାଇଡର ଏକ ରିପୋର୍ଟ ମୁତାବକ, ଗୁଗଲ ‘ରୋହନ’ ନାମକ ଏକ ସ୍ମାର୍ଟଓ୍ଵାଚକୁ ନେଇ କାମ ଆରମ୍ଭ କରିଛି। ଯାହା ୨୦୨୨ରେ ଲଞ୍ଚ ହୋଇପାରେ।

ଏହି ସ୍ମାର୍ଟଓ୍ଵାଚ ରେଣ୍ଡର ପିକ୍ସେଲ ଓ୍ଵାଚ ବିନା ବିଜେଲରେ ଗୋଲ ଆକାର ସହିତ ହାର୍ଟ ରେଟ୍‌ ମନିଟର ଏବଂ ଷ୍ଟେପ କାଉଣ୍ଟିଂ ଭାବେ ଦେଖିବାକୁ ମିଳିବ। ଏହାର ଦାମ୍‌ ଫିଟବିଟ୍‌ ପ୍ରଡକ୍ଟ ଠାରୁ ଅଧିକ ରହିପାରେ ବୋଲି ଆଶା କରାଯାଉଛି। ଏହାର ଦାମ୍‌ ପ୍ରାୟତଃ ୨୫ ହଜାରରୁ ଅଧିକ ହୋଇପାରେ। ଏହାସହିତ ଏହା ଆପଲ୍‌ ଓ୍ଵାଚକୁ ଟକ୍କର ଦେଇପାରେ।

ଗୁଗଲ ସ୍ପଷ୍ଟ ଭାବେ କହିଛି ଯେ, ଅଧିକାଂଶ ଲୋକଙ୍କ ପାଇଁ ଏହା ପିନ୍ଧିବା ଯୋଗ୍ୟ ଏବଂ ଆରାମଦାୟକ ରହିବ। ଯାହାର ଅର୍ଥ ଏହି ସ୍ମାର୍ଟଓ୍ଵାଚ ଅଲଗା ଅଲଗା ସାଇଜରେ ମିଳିପାରେ। ସ୍ମାର୍ଟଓ୍ଵାଚରେ ବେସିକ ଫିଟନେସ ଟ୍ରାକିଂ ଫିଚର୍ସ ରହିବ। ଯେଉଁଥିରେ ଷ୍ଟେପ କାଉଣ୍ଟିଂ, ହାର୍ଟ ରେଟ ମନିଟର ସାମିଲ ରହିବ। ଗୁଗଲ୍‌ ଏହାକୁ ଲଞ୍ଚ କରିବାକୁ ନେଇ ୱେଅରOS ରେ ଫିଟବିଟ୍‌ ଇଣ୍ଟିଗ୍ରେସନକୁ ଡେବ୍ୟୁ କରିବା ଉପରେ କାମ କରୁଛି।

ପୂର୍ବରୁ ଗୁଗଲ୍‌ ନିଜ ଫୋନ ପିକ୍ସେଲ ୬ ସହିତ ଏହାକୁ ଲଞ୍ଚ କରିବ ବୋଲି ସୂଚନା ରହିଥିଲା। କିନ୍ତୁ ଏହି ଫୋନ ଲଞ୍ଚ ହେବା ପାଇଁ ବିଳମ୍ବ ହୋଇଛି। ତେଣୁ ଗୁଗଲ୍‌ ନିଜର କ୍ୟାମେରା ଆପ୍‌ ଭର୍ସନ ୮.୪କୁ ପୁରୁଣା ପିକ୍ସେଲ ଫୋନ ପାଇଁ ରୋଲ ଆଉଟ୍‌ କରିବା ଆରମ୍ଭ କରିଛି। ଯେଉଁଥିରେ ପିକ୍ସେଲ ୬ ଏବଂ ୬ ପ୍ରୋର କ୍ୟାମେରା ଫିଚର୍ସ ସାମିଲ ରହିଛି। ଅପଡେଟ୍‌ରେ କିଛି ନୂଆ ସୁବିଧା ସାମିଲ ରହିଛି। ଯେଉଁଥିରେ ଟାଇମର ଲାଇଟ୍‌, ମାନୁଆଲ ହ୍ଵାଇଟ୍‌ ବାଲାନ୍ସ ଟାଙ୍ଗେଲ ଏବଂ ମାନୁଆଲ ଏକ୍ସପୋଜର ଟାଙ୍ଗେଲ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.