ଭାରତରେ ଆଜି ଲଞ୍ଚ ହେବ Honor 90, ରହିଛି ଦମଦାର ଫିଚର୍ସ

ଆଜି ମଧ୍ୟାହ୍ନ ୧୨ ଟାରେ କମ୍ପାନୀ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ଜଣା ପଡ଼ିଛି । ମାଧବ ଶେଠଙ୍କ ନେତୃତ୍ୱରେ ଏହି ସ୍ମାର୍ଟଫୋନ ଲଞ୍ଚ କରାଯିବ । କମ୍ପାନୀ ଚାଇନାରେ Honor 90 ଏବଂ 90 ପ୍ରୋ ଲଞ୍ଚ କରିସାରିଛି ।

ଚାଇନା କମ୍ପାନୀ Honor ଭାରତରେ କମ୍‌ବ୍ୟାକ୍‌ କରିବା ପାଇଁ ପ୍ରସ୍ତୁତ ହୋଇଛି । ଆଜି ମଧ୍ୟାହ୍ନ ୧୨ ଟାରେ କମ୍ପାନୀ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ଜଣା ପଡ଼ିଛି । ମାଧବ ଶେଠଙ୍କ ନେତୃତ୍ୱରେ ଏହି ସ୍ମାର୍ଟଫୋନ ଲଞ୍ଚ କରାଯିବ । ସ୍ମାର୍ଟଫୋନର ଏଣ୍ଟ୍ରି ଗ୍ରାଣ୍ଡ କରିବା ପାଇଁ Honor ପୂର୍ବରୁ ହିଁ ମୋବାଇଲ ଫୋନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିସାରିଛି । ମାଧବ ଶେଠ Honor 90ର ଏକ ଭିଡିଓ ଟ୍ଵିଟରରେ ସେୟାର କରିଥିଲେ ଯେଉଁଥିରେ ସେ ଫୋନର ସ୍କ୍ରିନରେ ଅଖରୋଟ୍‌ ଭାଙ୍ଗୁଥିବାର ଦେଖାଯାଇଥିଲା । କମ୍ପାନୀ ଦାବି କରିଛି ଯେ ଏହି ଫୋନ ଦୁନିଆର ସବୁଠାରୁ ସୁରକ୍ଷିତ ଫୋନ ହେବ ।

Honor 90ରେ ମିଳିବ ଏହି ଫିଚର:
କମ୍ପାନୀ ଚାଇନାରେ Honor 90 ଏବଂ 90 ପ୍ରୋ ଲଞ୍ଚ କରିସାରିଛି । କିନ୍ତୁ ଭାରତରେ ପ୍ରୋ ଭାରିଆଣ୍ଟ ଲଞ୍ଚ ହେବ ନାହିଁ । ସ୍ମାର୍ଟଫୋନରେ ଆପଣ 6.7 ଇଞ୍ଚ କଭର୍ AMOLED ଡିସପ୍ଲେ ସହିତ 120hz ର ରିଫ୍ରେସ୍‌ ରେଟ, 5000 mAh ବ୍ୟାଟେରୀ ସହିତ 66 ୱାଟର ଫାଷ୍ଟ ଚାର୍ଜିଂ ଏବଂ ସ୍ନାପଡ୍ରାଗନ୍ 7 ଜେନ 1 ଚିପସେଟର ସପୋର୍ଟ ପାଇବେ । ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ୍‌ କ୍ୟାମେରା ସେଟଅପ ରହିବ ଯେଉଁଥିରେ 200MPର ପ୍ରାଇମେରୀ କ୍ୟାମେରା, 12MPର ଅଲଟ୍ରାୱାଇଡ୍ କ୍ୟାମେରା ଏବଂ 2MPର ଥାର୍ଡ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ଏକ 50MPର କ୍ୟାମେରା ମିଳିବ । ଅର୍ଥାତ ଏହି ଫୋନରେ ଦମଦାର ସେଲଫି ଆସି ପାରିବ ।

ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 13ରେ କାମ କରିବ ଏବଂ ଫୋନର ସୁରକ୍ଷା ପାଇଁ ଆପଣଙ୍କୁ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମିଳିବ । ଲିକ୍ସ ହୋଇଥିବା ତଥ୍ୟ ଅନୁସାରେ ବିଶ୍ୱାସ କରାଯାଏ, କମ୍ପାନୀ ସ୍ମାର୍ଟଫୋନକୁ 2 ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିପାରିବ, ସେଥିମଧ୍ୟରୁ 8/256 ଜିବି ଏବଂ ଅନ୍ୟଟି 12/512 ଜିବି ରହିବ । ବେସ୍ ଭାରିଆଣ୍ଟର ମୂଲ୍ୟ ୩୫,୦୦୦ ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.