Below header

ଘର ଖଣ୍ଡେ ପାଇବାରୁ ବଞ୍ଚିତ ଗରିବ ଲୋକ, ବାରମ୍ବାର ଗୁହାରୀ ପରେ ବି ମିଳିପାରୁନି

ଘର ଖଣ୍ଡେ ପାଇବାରୁ ବଂଚିତ ଗରିବ ଲୋକ । ବାରମ୍ବାର ଗୁହାରୀ ପରେ ବି ମିଳିପାରୁନି ଘର ଖଣ୍ଡେ? ସ୍ଥାନୀୟ ବିଧାୟକ ଓ ସରପଞ୍ଚ ଙ୍କୁ ଜଣେଇବା ପରେ ବି ଫଳ ଶୂନ । ଏବେ ଛିଣ୍ଡା ପାଲ ଓ ଚାଳ ଘରେ ବିତୁଛି ଜୀବନ।

ସାଲେପୁର(କେନ୍ୟୁଜ୍): ଘର ଖଣ୍ଡେ ପାଇବାରୁ ବଂଚିତ ଗରିବ ଲୋକ । ବାରମ୍ବାର ଗୁହାରୀ ପରେ ବି ମିଳିପାରୁନି ଘର ଖଣ୍ଡେ? ସ୍ଥାନୀୟ ବିଧାୟକ ଓ ସରପଞ୍ଚ ଙ୍କୁ ଜଣେଇବା ପରେ ବି ଫଳ ଶୂନ । ଏବେ ଛିଣ୍ଡା ପାଲ ଓ ଚାଳ ଘରେ ବିତୁଛି ଜୀବନ। ଥିଲା ବାଲା କୁ ମିଳୁଛି ଘର ହେଲେ ନ ଥିଲା ବାଲା କୁ ମିଳୁପାରୁନି । କାହିଁକି ଗରିବ ଲୋକଙ୍କୁ ଘର ମିଳୁନି? ଆବାସ ଯୋଜନାରେ ଘର ଦେବା ପାଇଁ ସରକାର କଣ ବିଫଳ?

ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ କୋଲଣପୁର ପଂଚାୟତରେ । ଏହି ପଞ୍ଚାୟତରେ ଗରିବ ଲୋକଟିଏ ଏବେ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ସାତସପନ । ଛିଣ୍ଡା ପାଲ ଓ ଚାଳ ଛପର ଘରେ ରହୁଛନ୍ତି ଏହି ପରିବାର । ବର୍ଷା ହେଲେ ଘରେ ରହିବା ବଡ଼ କଷ୍ଟ । ଏନେଇ ସ୍ଥାନୀୟ ବିଧାୟକଙ୍କୁ କହିବା ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ସେ ବଂଚିତ ।

ତେବେ ଏହି ନିର୍ବାଚନ ମଣ୍ଡଳୀରେ ଆବାସ କେଳେଙ୍କାରୀର ମାଳ ମାଳ ଅଭିଯୋଗ ଆସୁଛି। ଲୋକେ କହୁଛନ୍ତି ଏଠି କେବଳ ହାତ ଗୁଞ୍ଜା ଦେଲେ ମିଳିବ ଘର ନ ହେଲେ ନାହିଁ। ଏପଟେ ଏହି ପଂଚାୟତର ଦିବାକର ଦାସଙ୍କ ଘର ସେହି ସମାନ ଦୃଶ୍ୟ । ଚାଳ ଘର ସହିତ ପାଲ ଟାଙ୍ଗି ଘରେ ରହୁଛନ୍ତି ପରିବାର ଲୋକେ। କିନ୍ତୁ ଘର ଖଣ୍ଡେ ପାଇପାରୁନାହାଁନ୍ତି । ବାରମ୍ବାର ସରପଞ୍ଚଙ୍କୁ ଜାଣିବା ପରେ ବି ମିଳିପାରିଲା ନାହିଁ ଘର ଖଣ୍ଡେ । ଖାଲି ଏତିକି ନୁହଁ ସେହି ପଂଚାୟତର ଅଫଜଲ ଅଲି ସେ ବି ଘର ଖଣ୍ଡେ ପାଇପାରିଲେ ନାହିଁ । ସେ ବି ଚାଳ ଛପର ଗୋଟିଏ ଘରେ ୪ଟି ଛୋଟ ପିଲାଙ୍କ ସହ ଜୀବନ ବିତାଉଛନ୍ତି ।

ଭୋଟର ନିଜର ବହୁମୂଲ୍ୟ ଭୋଟ୍ ଦେଇ ବାଛିଥାନ୍ତି ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ସାଂସଦ ମାନଙ୍କୁ । କାରଣ ନିଜ ଅଞ୍ଚଳ , ରାଜ୍ୟ ଓ ଦେଶର ସର୍ବାଙ୍ଗୀନ ଉନ୍ନତି ଯେପରି ସେମାନଙ୍କ ମାଧ୍ୟମରେ ହୋଇପାରିବ। ହେଲେ ଏମିତି ବହୁ ଗରିବ ପରିବାର ଏଯାଏ ଘରଟିଏ ବି ପାରିନାହାନ୍ତି। ସମସ୍ତେ କେବଳ ଆଶ୍ୱାସନା ଦେଇଚାଲିଛନ୍ତି ହେଲେ ଘର ଖଣ୍ଡିଏ କିନ୍ତୁ ମିଳିପାରୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.