Below header

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ : ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ। ପୂର୍ବରୁ ଗତକାଲି ଦୁଇଟି ଗେଟ ଖୋଲା ଥିଲା । ଫଳରେ ଏବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳନିଷ୍କାସିତ ହେଉଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ଯୋଗୁ ଗେଟ ଖୋଲାଯାଇଛି।

ସମ୍ବଲପୁର (କେନ୍ୟୁଜ): ଖୋଲିଲା ହୀରାକୁଦର ଆଉ ୮ଟି ଗେଟ। ପୂର୍ବରୁ ଗତକାଲି ଦୁଇଟି ଗେଟ ଖୋଲା ଥିଲା । ଫଳରେ ଏବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳନିଷ୍କାସିତ ହେଉଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ଯୋଗୁ ଗେଟ ଖୋଲାଯାଇଛି। ବାମରୁ ୬ଟି ଓ ଡାହାଣରୁ ୪ଟି ଗେଟ୍ ଖୋଲା ରହିଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ ଘନଫୁଟ ରହିଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ। ପାଣିପାଗ ବିଭାଗ ସୂଚନା ଅନୁସାରେ ବଡ଼ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାରର ଜଳସ୍ତର ସ୍ଥିର ରଖିବାକୁ ଗେଟ ଖୋଲାଯାଇଛି। ଯଦି ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଏ ତେବେ ଅଧିକ ଗେଟ ଖୋଲାଯିବ । .

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.