ହାଇ ପାୱାର ରିଜୋଲୁସନ ସହ ଲଞ୍ଚ ହେଲା Honor Vision X1 ସ୍ମାର୍ଟ ଟିଭି, ଜାଣନ୍ତୁ କଣ ରହିଛି ଦାମ ଓ ସ୍ପେସିଫିକେସନ

ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଟେକ କମ୍ପାନୀ ହନର Honor ନିଜର Honor Vision X1 ସ୍ମାର୍ଟ ଟିଭିକୁ ବିଶ୍ୱବଜାରରେ ଲଞ୍ଚ କରିଛି । ୟୁଜର୍ସଙ୍କୁ ଏହି ସ୍ମାର୍ଟ ଟିଭିରେ ଆରଟିଫିସିଆଲ ଇଣ୍ଟେଲିଜେନ୍ସ , 4 k ଡିଷ୍ପ୍ଲେ ସମେତ ଦମଦାର ସାଉଣ୍ଡର ସପୋର୍ଟ ବି ମିଳିପାରିବ । ଏହା ବାଦ ଏହି ସ୍ମାର୍ଟ ଟିଭିରେ ଏମଏଏମ୍ସି ଡିଷ୍ପ୍ଲେ ଟେକନିକ ସମେତ ଉନ୍ନତ ଧରଣର ପିକ୍ଚର କ୍ୱାଲିଟି ମଧ୍ୟ ଉପଲବ୍ଧ ହୋଇପାରିବ । ଖୁବ ଶୀଘ୍ର ଏହା ଭାରତୀୟ ବଜାରରେ ଲଞ୍ଚ କରିବ ବୋଲି ନିଷ୍ପତ୍ତି ନେଇଛି ।

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, କମ୍ପାନୀର ଏହି ଲାଟେଷ୍ଟ Honor Vision X1 ସ୍ମାର୍ଟ ଟିଭି 65 ଇଞ୍ଚ ଓ ୫୫ ଇଞ୍ଚ ଵାଲା ଦୁଇ ଭ୍ୟାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ । ଯାହାର ଦର ୩୨୯୯ ଚିନି ୟୁଆନ ବା ଭାରତୀୟ ମୁଦ୍ରା ହିସାବରେ ୩୫,୧୫୫ ଟଙ୍କା ବା ୨୨୯୯
ଚିନି ୟୁଆନ ବା ପାଖାପାଖି ୨୪,୫୦୦ ଟଙ୍କା ରଖାଯିବ ବୋଲି ସୂଚନା ମିଳିଛି ।

HONOR

କଣ ରହିଛି ବିଶେଷତା:

Honor Vision X1 ସ୍ମାର୍ଟ ଟିଭିର ଡିଷ୍ପ୍ଲେରେ ଦିଆଯାଇଥିବା ପତଳା ବେଜଳ କାରଣରୁ ଦର୍ଶକଙ୍କୁ ଫୁଲ ସ୍କ୍ରିନ ଡିଷ୍ପ୍ଲେର ଅନୁଭବ ମିଳିପାରିବ । ଏହାବାଦ କମ୍ପାନୀ 3ଡ଼ି ଷ୍ଟ୍ରିମର ଓ ଟେକ୍ସଚର ଡ଼ିଜାଇନ ବି ଦିଆଯାଇଛି । ଏହାବାଦ ଏହି ସ୍ମାର୍ଟ ଟିଭି କମ୍ପ୍ରେହେନସିଭ ଅଡିଓ- ଭିଡିଓ ଟେକନିକ ସହ ଉପଲବ୍ଧ ହେଉଛି ।

ୟୁଜର୍ସଙ୍କୁ ଏହି ସ୍ମାର୍ଟ ଟିଭିରେ ଆରଟିଫିସିଆଲ ଇଣ୍ଟେଲିଜେନ୍ସ, ୯୨ ପ୍ରତିଶତ କଲର ଗମଟ ସମେତ ୧୦ ୱାଟର ଚାରୋଟି ସ୍ଟେରିଓ ସ୍ପିକରସ ମିଳିପାରିବ । ଯେବେକି ଏହି ସ୍ମାର୍ଟ ଟିଭିରେ Honghu 818 ପ୍ରୋସେସର ସମେତ ୨ ଯିବି ରାମ ସମେତ ୧୬ ଯିବି ଷ୍ଟୋରେଜ ସୁବିଧା ବି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.