ପୁଣି ଝଟକା ଦେଲା କରୋନା: ରାଜ୍ଯରେ ୫ମ କରୋନା ମୃତ୍ୟୁ, ମୃତକ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ

କଟକ: ରାଜ୍ଯରେ ୫ମ କରୋନା ମୃତ୍ୟୁ । ରାଜ୍ୟକୁ ଆଉ ଏକ ଝଟକା ଦେଇଛି କରୋନା। ଯେଉଁଥିରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ଆଉ ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏକା ସାଙ୍ଗରେ ଏତେ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେବା ରାଜ୍ଯରେ ପ୍ରଥମ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି। ସୂଚନା ଥାଉକି, ଗତ ଦିନକ ତଳେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର । ଯିଏ ଅଳ୍ପ ଦିନ ତଳେ ସୁରତରୁ ଫେରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.