ଫେସ୍‌ବୁକ୍‌ରେ ଲଗାତାର ଆସୁଥିବା Friend Suggestions ଯୋଗୁ ବିରକ୍ତ ଲାଗୁଥିଲେ, ଏମିତି କରନ୍ତୁ Disable

ଦୁନିଆର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ୟୁଜର୍ସଙ୍କ ପାଇଁ ଏହି ଖବର ବେଶ୍‌ ଜରୁରୀ। ଆମେ ସାଧାରଣତଃ ଫୋନ୍‌ କିମ୍ବା କମ୍ପ୍ୟୁଟର ଖୋଲିବା ବେଳେ ପିପୁଲ ୟୁ ମେ ନୋ ଭଳି ଫ୍ରେଣ୍ଡସ୍‌ ସଜେସନ୍‌ ଆସେ। ଏହା ବେଳେ ବେଳେ ଭାରି ବିରକ୍ତ ବି ଲାଗେ। କିନ୍ତୁ ଏଥିପାଇଁ ଆଉ ଟେନ୍ସନ୍‌ ନେବା ଆବଶ୍ୟକତା ନାହିଁ। କାରଣ ଫ୍ରେଣ୍ଡସ୍‌ ସଜେସନ୍‌କୁ ଆପଣ ସହଜରେ ଡିଜାବଲ ବି କରିପାରିବେ। ଆସନ୍ତୁ ଜାଣିବା କେମିତି…

  • ସର୍ବପ୍ରଥମେ ଫେସ୍‌ବୁକ୍‌ର ସେଟିଂ ଆଣ୍ଡ ପ୍ରାଇଭେସି ଅପସନ୍‌କୁ ଯାଆନ୍ତୁ। ଏବେ ଏକ ନୂଆ ପେଜ୍‌ ଖୋଲିବ।
  • ଏହା ପରେ ନୋଟିଫିକେସନ୍‌ ଆଇକନ୍‌ ସିଲେକ୍ଟ କରନ୍ତୁ। ଏହା ପରେ ସେଟିଂ ଏରିଆରେ People you may know ଦେଖାଇବ।
  • ଏଠାରେ ଆପଣ Allow Notifications On Facebook ଅପସନ୍‌କୁ ଡିଜାବଲ କରିଦିଅନ୍ତୁ।
  • ଏଭଳି କରିବା ପରେ ଫେସ୍‌ବୁକ୍‌ ତରଫରୁ ଆପଣଙ୍କୁ କୌଣସି ଫ୍ରେଣ୍ଡସ୍‌ ସଜେସନ୍‌ ନୋଟିଫିକେସନ୍‌ ଆସିବ ନାହିଁ।
  • ଆପଣ ଚାହିଁଲେ କମ୍ପ୍ୟୁଟରରେ ଓ ନିଜ ମୋବାଇଲରେ ଫେସ୍‌ବୁକ୍‌ ଆପ୍‌ ଖୋଲି ସେଟିଂକୁ ବଦଳାଇ ପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.