Below header

ୟୁଟ୍ୟୁବ୍‌ ସଟ୍ସ ଭିଡିଓକୁ ହ୍ଵାଟ୍ସଆପ୍‌ ଷ୍ଟାଟସରେ ରଖିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଡାଉନଲୋଡ୍‌ କରିବାର ସହଜ ତରିକା

ୟୁଟ୍ୟୁବ୍‌ ସଟ୍ସ ଏବେ ବହୁତ ଅଧିକ ପପୁଲାର ହୋଇଗଲାଣି। ଟିକଟକ୍‌ ପରେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ୟୁଟ୍ୟୁବ୍‌ ସଟ୍ସ ହିଁ ଲୋକଙ୍କର ଏମିତି ଏକ ପ୍ଲାଟଫର୍ମ ହୋଇଯାଇଛି, ଯେଉଁଠି ୟୁଜର୍ସ ପ୍ରତିଦିନ ନିଜ କ୍ରିଏଟିଭିଟୀ ଦେଖାଇପାରୁଛନ୍ତି। ଏମିତିରେ ୟୁଟ୍ୟୁବ୍‌ ସଟ୍ସର ଅନେକ ଗୁଡିଏ ଭିଡିଓଜ୍‌ ଅଛି, ଯାହା ଆପଣଙ୍କୁ ପସନ୍ଦ ହୋଇଥାଏ ଏବଂ ଏହାକୁ ଆପଣ ଡାଉନଲୋଡ କରିବାକୁ ବି ମନ ହୋଇଥାଏ। ଅନେକ ଥର ତ ଏହି ଭିଡିଓଜକୁ ହ୍ଵାଟ୍ସଆପ୍‌ ଷ୍ଟାଟସରେ ରଖିବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏହାକୁ କିପରି ଡାଉନଲୋଡ କରିବେ ନଜାଣିବା ଦ୍ୱାରା ଇଚ୍ଛା ଅଧାରେ ରହିଯାଏ। ସେଥିପାଇଁ ଆମେ ଆଜି ଆପଣଙ୍କୁ କହିବୁ ଯେ କେମିତି ୟୁଟ୍ୟୁବ୍‌ ସଟ୍ସକୁ ଡାଉନଲୋଡ୍‌ କରି ହ୍ଵାଟ୍ସଆପ୍‌ ଷ୍ଟାଟସରେ ରଖିବେ।

ଯଦି ଆପଣ ୟୁଟ୍ୟୁବ୍‌ ସଟ୍ସକୁ ନିଜ ହ୍ଵାଟ୍ସଆପ୍‌ ଷ୍ଟାଟସରେ ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହାକୁ ସହଜରେ ଡାଉନଲୋଡ୍‌ କରି ଲଗାଇପାରିବେ। ବର୍ତ୍ତମାନ କେବଳ ଆପଣଙ୍କ ପାଖରେ ଅପ୍ସନ ରହିଛି ଯେ ଆପଣ କେବଳ ୟୁଟ୍ୟୁବ୍‌ ସଟ୍ସ ଭିଡିଓର ଲିଙ୍କ୍‌ ସେୟାର କରିପାରୁଛନ୍ତି। କିନ୍ତୁ ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ବତାଇବାକୁ ଯାଉଛୁ ଯାହା ଜରିଆରେ ଆପଣ ଭିଡିଓକୁ ହ୍ଵାଟ୍ସଆପରେ ଷ୍ଟାଟସ୍‌ ରଖିପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ଭିଡିଓ ଡାଉନଲୋଡ।

ଯଦି ଆପଣ ଜଣେ ଆଣ୍ଡ୍ରଏଡ ୟୁଜର, ତାହେଲେ ସର୍ବପ୍ରଥମେ ୟୁଟ୍ୟୁବ୍‌ ଆପ୍ସକୁ ଯାଆନ୍ତୁ। ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ସର୍ଟ ଭିଡିଓକୁ ସିଲେକ୍ଟ କରିବାକୁ ହେବ। ଯାହାକୁ ଆପଣ ଡାଉନଲୋଡ୍‌ କରିବାକୁ ଚାହୁଁଛନ୍ତି। ଏହାପରେ ସେୟାର ଲିଙ୍କ ଉପରେ କ୍ଲିକ କରନ୍ତୁ ଏବଂ ଭିଡିଓ ଲିଙ୍କକୁ ଡାଉନଲୋଡ୍‌ କରନ୍ତୁ।

ଏବେ ସର୍ଟ ଭିଡିଓକୁ ଡାଉନଲୋଡ କରିବା ପାଇଁ ଆପଣ କୁ ଯାଇପାରିବେ। ଏହି ଆପ୍‌ ଆପଣଙ୍କୁ ପ୍ଲେଷ୍ଟୋରରୁ ସହଜରେ ମିଳିଯିବ। ୟୁଜର୍ସଙ୍କୁ କପି କରିଥିବା ୟୁଆରଏଲକୁ ପେଷ୍ଟ କରିବାକୁ ହେବ ଏବଂ ସର୍ଚ୍ଚ ବଟନ୍‌ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣଙ୍କୁ ଡାଉନଲୋଡ କରିବାର ଅପ୍ସନ ମିଳିବ, ତାଉପରେ କ୍ଲିକ କରି ଆପଣ ସହଜରେ ନିଜ ମନପସନ୍ଦର ଭିଡିଓକୁ ଡାଉନଲୋଡ କରିପାରିବେ।

ହ୍ଵାଟ୍ସଆପ୍‌ ଷ୍ଟାଟସକୁ ଏପରି କରନ୍ତୁ ସେୟାର

ହ୍ଵାଟ୍ସଆପରେ ଆପଣ ସହଜରେ ୟୁଟ୍ୟୁବ୍‌ ସଟ୍ସ ଭିଡିଓକୁ ଲଗାଇପାରିବେ। ଏଥିପାଇଁ ସର୍ବପ୍ରଥମେ ହ୍ଵାଟ୍ସଆପ୍‌ ଷ୍ଟାଟସ ଅପ୍ସନକୁ ଯିବାକୁ ହେବ। ଏହାପରେ ଏଠାରେ ଦିଆଯାଇଥିବା + ଅପ୍ସନ ଉପରେ କ୍ଲିକ କରନ୍ତୁ। ଏବେ ଆପଣ ୟୁଟ୍ୟୁବ୍‌ ସଟ୍ସର ଡାଉନଲୋଡ କରାଯାଇଥିବା ଭିଡିଓକୁ ସିଲେକ୍ଟ କରି ସେଠାରେ ଅପଲୋଡ କରିପାରିବେ। ଏହି ସମସ୍ତ ପ୍ରୋସେସକୁ ଫଲୋ କରି ଆପଣଙ୍କୁ ଫେବରେଟ ଭିଡିଓ ହ୍ଵାଟ୍ସଆପ ଷ୍ଟାଟସରେ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.