କାହା ହାତକୁ ଯିବ ଦିଲ୍ଲୀ ମୁନସିପାଲ କର୍ପୋରେସନ୍ ? ଏମସିଡି ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ

ଦିଲ୍ଲୀ(କେନ୍ୟୁଜ୍):ଦିଲ୍ଲୀ ମୁନସିପାଲ କର୍ପୋରେସନ୍ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସମସ୍ତ ୨୫୦ ଏମ୍ସିଡି ଓ୍ଵାର୍ଡ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ସାଢେ ୫ଟାରେ ଶେଷ ହେବ। ଦିଲ୍ଲୀରେ ବସବାସ କରୁଥିବା ୧ କୋଟି ୪୫ ଲକ୍ଷ ଲୋକ ମତାଧିକାର ସାବ୍ୟସ୍ତ କରୁଛନ୍ତି । ୧୩ ହଜାର ୬୩୮ ମତଦାନ କେନ୍ଦ୍ରରେ ପ୍ରାୟ ୧ ଲକ୍ଷ କର୍ମଚାରୀ ମୁତୟନ ହୋଇଛନ୍ତି ।
ସମସ୍ତ ନିର୍ବାଚନ ମଣ୍ଡଳୀରେ ମୋଟ୍ ୬୮ଟି ମଡେଲ ପୋଲିଂ ଷ୍ଟେସନ୍ ଏବଂ ୬୮ ପିଙ୍କ୍ ଷ୍ଟେସନ୍ କରାଯାଇଛି । ଏମସିଡି ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଜେପି, ଆପ୍ ଓ କଂଗ୍ରସ ମଧ୍ୟରେ ହେଉଛି ତ୍ରିମୁଖୀ ଲଢ଼େଇ । ୪୦ ହଜାର ପୋଲିସ କର୍ମଚାରୀ, ୨୦ ହଜାର ହୋମଗାର୍ଡ ସହ ୧୦୮ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି । ଏମ୍ସିଡି ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ହୋଲସେଲ୍ ଏବଂ ରିଟେଲ ବଜାର ବନ୍ଦ ରହିଛି । ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ସରକାରୀ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି । ଡିସେମ୍ବର ୭ରେ ଭୋଟ୍ ଗଣତି ଏବଂ ଫଳ ପ୍ରକାଶ ପାଇବ ।