Below header

ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଗ୍ୟାସ୍‌ ନିର୍ଗତ ହୋଇ ଚାରିଆଡେ ଧୂଆଁମୟ

କଳାହାଣ୍ଡି (କେନ୍ୟୁଜ) : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାୟପୁର ରାଜପଥର ପାଷ୍ଟିପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ପ୍ରଚୁର ମାତ୍ରାରେ ଗ୍ୟାସ୍ ବାହାରୁଛି । ସକାଳୁ କୁହୁଡ଼ି ପଡ଼ିଥିବାରୁ ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଭବାନୀପାଟଣାରୁ ରାୟଗଡ଼ା ଯିବା ବେଳେ ଗ୍ୟାସ୍ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା ।

କିଭଳି ଭାବେ ଗ୍ୟାସକୁ ବନ୍ଦ କରାଯିବ ତାହାକୁ ନେଇ ଆଲୋଚନା କରାଯିବା ସହ ଏହି ସ୍ଥାନକୁ କିପରି ସୁରକ୍ଷିତ ରଖାଯାଇପାରି ତାହାକୁ ନେଇ କାର୍ଯ୍ୟ ଚାଲିଛି । ତେବେ ପାଣି ସ୍ପେ ମାଧ୍ୟମରେ ଏହାକୁ ରୋକା ଯାଇପାରି ବୋଲି ସୂଚନା ମିଳିଛି । ଏହା ସହିତ ସେହି ସ୍ଥାନକୁ ଅବା ଆଖ ପାଖ ସ୍ଥାନକୁ ନ ଯିବା ପାଇଁ ମନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.