Vivoର ଏହି ଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ କଣ ରହିଛି ଅଫର

ଯଦି ଆପଣ ମଧ୍ୟ କମ୍ ଦାମରେ ଏକ ଭଲ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଆମାଜନରେ Vivo Y17 ଫୋନରେ ଭଲ ଡିସକାଉଣ୍ଟ ମିଳୁଛି ।

ବର୍ତ୍ତମାନ ୟୁଜରମାନେ କମ୍ ଦାମରେ ବଢ଼ିଆ ଫିଚର ସହିତ ଦମଦାର ଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି । ଯଦି ଆପଣ ମଧ୍ୟ କମ୍ ଦାମରେ ଏକ ଭଲ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଆମାଜନରେ Vivo Y17 ଫୋନରେ ଭଲ ଡିସକାଉଣ୍ଟ ମିଳୁଛି । ଏହା ବ୍ୟତୀତ ଆପଣଙ୍କ ନିକଟରେ ପୁରୁଣା ଫୋନ ଥିଲେ ଆପଣ ଏହି ଫୋନର ଦାମକୁ ଆହୁରି କମାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫୋନର ଡିଟେଲ୍ସ ଏବଂ ଏଥିରେ କେତେ ଡିସକାଉଣ୍ଟ ମିଳୁଛି ।

Vivo Y17s ଫୋନ୍ ଫ୍ଲିପକାର୍ଟରେ ୨୮% ଡିସକାଉଣ୍ଟରେ ମିଳୁଛି । ଏହି ଡିସକାଉଣ୍ଟ ସ୍ମାର୍ଟଫୋନର MRP ରେ ଅଛି, ଯାହାର ଦାମ୍‌ ୧୫,୯୯୯ ଟଙ୍କା । ଏହା ଅନଲାଇନରେ ୧୧,୪୯୯ ଟଙ୍କାରେ ମିଳିଯିବ । ଯଦି ଆପଣ HDFC ବ୍ୟାଙ୍କ କାର୍ଡ ରେ ଟ୍ରାନଜାକ୍ସନ କରନ୍ତି, ତେବେ ଆପଣ ଏଥିରେ ୭୫୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ ।

Vivo Y17sରେ ଏକ୍ସଚେଞ୍ଜ ଅଫର :
ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟଫୋନ୍ ବିକ୍ରି ଉପରେ ଆଉ ଏକ ବଡ଼ ଡିଲ୍ ଦିଆଯାଉଛି । ଆପଣଙ୍କ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରି ଆପଣ ଏହି ସ୍ମାର୍ଟଫୋନ କିଣିପାରିବେ । ଯଦି ଆପଣଙ୍କର ଏକ ପୁରୁଣା ଫୋନ୍ ଅଛି ତେବେ ଆପଣ ଏହି ଅଫର ଅନୁସାରେ ଫୋନର ମୂଲ୍ୟକୁ ୧୦,୭୦୦ ଟଙ୍କା କମ୍‌ କରିପାରିବେ ।

Vivo Y17s ର ଫିଚର :
ଏହି ସ୍ମାର୍ଟଫୋନରେ ୬.୫୬ ଇଞ୍ଚର IPS LCD ଡିସପ୍ଲେ ଲ୍ୟାସ ହୋଇଛି, ଯାହାର ରିଜୋଲ୍ୟୁସନ ୧୬୧୨ × ୭୨୦ ରହିଛି । ଏହା ମିଡିଆଟେକ୍‌ ହାଲିଓ G85 SoC ଚିପସେଟ ସହିତ ଲ୍ୟାସ ହୋଇଛି । ଏହି ସ୍ମାର୍ଟଫୋନରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଫୋନରେ ୫୦MP ପ୍ରାଇମେରୀ ସେନ୍ସର ଏବଂ ସେକେଣ୍ଡାରୀ 2MP ଡେପ୍ଥ ସେନ୍ସର ଅଛି । Vivo Y17sରେ ୧୫W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫୦୦୦mAh ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ସେଲଫି ପାଇଁ ଫୋନରେ ୮MP ର ଫ୍ରଣ୍ଟ କ୍ୟାମେରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.