ମଝି ଆକାଶରେ ଏୟାର ହଷ୍ଟେସଙ୍କୁ ଅସଦାଚରଣ, ମଦ୍ୟପ ଯୁବକଙ୍କୁ ଗିରଫ କରିବା ପରେ ମିଳିଲା ଜାମିନ

ବିମାନରେ ବାରମ୍ବାର ଅସଦାଚରଣ ମାମଲାରେ ବଢିବାରେ ଲାଗିଛି । ଏବେ ଇଣ୍ଡିଗୋ ବିମାନ 6E556 ଜୟପୁରରୁ ବେଙ୍ଗାଲୁରୁ ଆସିବା ବେଳେ ଏଭଳି ଘଟଣା ଘଟିଛି । ୩୩ ବର୍ଷୀୟ ମଦ୍ୟପ ଯୁବକ ଏୟାର ହଷ୍ଟେସଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ବିମାନରେ ଏୟାର ହଷ୍ଟେସଙ୍କୁ ମଝି ଆକାଶରେ ଅସଦାରଚରଣ । ଇଣ୍ଡିଗୋ ବିମାନ 6E556 ଜୟପୁରରୁ ବେଙ୍ଗାଲୁରୁ ଆସିବା ବେଳେ ଏଭଳି ଘଟଣା ଘଟିଥିଲା । ବିମାନରେ ୩୩ ବର୍ଷୀୟ ମଦ୍ୟପ ଯୁବକ ଏୟାର ହଷ୍ଟେସଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜାମିନ ମଧ୍ୟ ମିଳିଛି ।

ଖବର ମୁତାବକ, ଇଣ୍ଡିଗୋ ବିମାନ 6E556 ଜୟପୁରରୁ ବେଙ୍ଗାଲୁରୁ ଆସୁଥିବା ବିମାନରେ ୩୩ ବର୍ଷୀୟ ମଦ୍ୟପ ଯୁବକ ଏୟାର ହଷ୍ଟେସଙ୍କ ହାତ ଧରିଦେଇଥିଲେ । ହାତ ଧରି ଅସଦାଚରଣ କରିଥିଲେ । ତେବେ ମଦ୍ୟପ ଯୁବକଙ୍କୁ ଯେତେ ବାରଣ କରାଯାଇଥିଲେ ମଧ୍ୟ ସେ ଶୁଣିନଥିଲେ । ବିମାନର କ୍ୟାପଟେନ ଆସି କହିବା ପରେ ମଧ୍ୟ ମଦ୍ୟପ ଯୁବକ ବୁଝିବାକୁ ନାରାଜ ଥିଲେ ।

ଏହାପରେ ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରେ ଅବତରଣ କରିବା ପରେ ଏୟାର ହଷ୍ଟେସ ଜଣକ ଯାତ୍ରୀଙ୍କ ନାମରେ ଅଭିଯୋଗ କରିଥିଲେ । ଏୟାରପୋର୍ଟ ପୋଲିସ ଯାତ୍ରୀଙ୍କୁ ଗିରଫ କରିବା ପରେ ତାଙ୍କୁ ଜାମିନରେ ଛାଡିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.