କୋହ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ ରୋହିତ, ସିରାଜ ମଧ୍ୟ କାନ୍ଦିଲେ: ଭିଡିଓ ଦେଖିଲେ ଆପଣ ହେବେ ଭାବବିହ୍ଵଳ

ବିଶ୍ୱକପ ଫାଇନାଲ ହାରିବା ପରେ କେବଳ ଫ୍ୟାନ୍ସ ନୁହେଁ ଖେଳାଳିଙ୍କ ମନ ମଧ୍ୟ ଭାଙ୍ଗିଯାଇଛି । ନିଜ କୋହକୁ ରୋହିତ ଶର୍ମା ଯେତେ ଚାପିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭାଳିପାରିନଥିଲେ । ଡ୍ରେସିଂ ରୁମକୁ ଯିବା ବେଳେ ରୋହିତ କାନ୍ଦି ପକାଇଥିଲେ । ସେହିପରି ମହମ୍ମଦ ସିରାଜ ମଧ୍ୟ ପଡିଆରେ କାନ୍ଦି ପକାଇଥିଲେ ।

କୋଟି କୋଟି ଭାରତୀୟଙ୍କ ମନ ଭାଙ୍ଗିଯାଇଛି । ବିଶ୍ୱକପ ଫାଇନାଲ ହାରିବା ପରେ କେବଳ ଫ୍ୟାନ୍ସ ନୁହେଁ ଖେଳାଳିଙ୍କ ମନ ମଧ୍ୟ ଭାଙ୍ଗିଯାଇଛି । କେତେ ମର୍ମାହତ ହୋଇଛନ୍ତି ଭାରତୀୟ ଖେଳାଳି ତାହାର ଭିଡିଓ ଦେଖିବାକୁ ମିଳିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଜିତିଛି । ଲଗାତର ୧୦ଟି ମ୍ୟାଚ୍‌ ଜିତିବା ପରେ ଫାଇନାଲରେ ଆଜି ୬ ଓ୍ଵିକେଟରେ ହାରିଗଲା ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ଷଷ୍ଠଥର ପାଇଁ ବିଶ୍ୱକପ୍‌ ଜିତି ନିଜ ରେକର୍ଡ଼କୁ ଆଗକୁ ବଢ଼ାଇଛି ।

ଟିମର ଖେଳାଳି ଗ୍ଲେନ ମ୍ୟାକ୍ସେଓ୍ଵଲ ବିଜୟ ରନ ନେବା ପରେ ଅଷ୍ଟ୍ରେଲିଆ ଟିମ୍‌ ମଇଦାକୁ ଦୌଡିଥିଲା । ଅଷ୍ଟ୍ରେଲିଆ ଟିମର ସମସ୍ତଙ୍କ ମନ ଖୁସିରେ ନାଚି ଉଠିଥିବା ବେଳେ ଭାରତୀୟ ଟିମ୍‌ ଖେଳାଳି କୋହକୁ ଚାପି ଭାଙ୍ଗିପଡିଥିଲେ । ରୋହିତ ଶର୍ମା, ସିରାଜ ନିଜର କୋହକୁ ସମ୍ଭାଳିପାରିନଥିଲେ । ପଡିଆରେ ହିଁ କାନ୍ଦି ଦେଇଥିଲେ । ସେହିପରି ବିରାଟ କୋହଲି, କେଏଲ ରାହୁଲ ମୁହଁକୁ ଲୁଚାଇ ଆସିଥିଲେ । ନିଜ କୋହକୁ ରୋହିତ ଶର୍ମା ଯେତେ ଚାପିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭାଳିପାରିନଥିଲେ । ଡ୍ରେସିଂ ରୁମକୁ ଯିବା ବେଳେ ରୋହିତ କାନ୍ଦି ପକାଇଥିଲେ । ସେହିପରି ମହମ୍ମଦ ସିରାଜ ମଧ୍ୟ ପଡିଆରେ କାନ୍ଦି ପକାଇଥିଲେ । ଆଉ ବୁମରା ସିରାଜଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଫ୍ୟାନ୍ସ ଏହାକୁ ଦେଖି ଭାବବିହ୍ଵଳ ହୋଇପଡିଛନ୍ତି ।

ଭାରତୀୟ ଟିମ୍‌ ବିଶ୍ୱକପରେ ଅପରାଜେୟ ଭାବେ ୧୦ଟି ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଥିଲା । ଆଉ ଶେଷ ମ୍ୟାଚରେ ଏକତରଫା ହାରିଯାଇଥିବାରୁ କୋଟି କୋଟି ଭାରତୀୟଙ୍କ ମନ ଭାଙ୍ଗିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.