M1 ପ୍ରୋସେସର ଏବଂ ୭ କଲର ଅପସନ ସହିତ ଲଞ୍ଚ ହେଲା iMac, ଜାଣନ୍ତୁ କ’ଣ ରହିଛି ଦାମ୍ ଓ ଫିଚର୍ସ

ଆପଲ୍ ଲଞ୍ଚ କଲା ଖାସ୍ ଫିଚର୍ସ ଥିବା iMac। ଯାହାର ଲୁକ୍ ଗ୍ରାହକଙ୍କୁ ବହୁ ଆକର୍ଷିତ କରୁଛି। ଏହା ୟୁଜର୍ସଙ୍କୁ ଅଲଗା ଅଲଗା କଲର ଅପସନରେ ମିଳିବ। ଏହାକୁ ଆପଣ ୩୦ ଏପ୍ରିଲରୁ ଅର୍ଡର କରିପାରିବେ।

ଆପଲ୍ iMac ସହିତ ଅଲଗା ଅଲଗା କଲର ଅପସନରେ ମିଳୁଛି। ଏହାର ସ୍କ୍ରିନ ସାଇଜକୁ ବଢାଯାଇଛି। ଯାହା ପରେ ଏହାର ଡିସପ୍ଲେ ୨୪ ଇଂଚ ହୋଇଛି। iMac ରେ ୧୦୮୦ ପି ଏଚଡି ଫେସଟାଇମ କ୍ଯାମେରା ଦିଆଯାଇଛି। ଏଥିରେ M1 ପ୍ରୋସେସର ବ୍ଯବହାର କରାଯାଇଛି। ଏଥିରେ ଆଇପ୍ଯାଡ ଏବଂ ଆଇଫୋନର ଆପ୍ସ ୟୁଜ କରିପାରିବେ। ଏହାର ଦାମ ୧୨୯୯ ଡଲାରରୁ ଆରମ୍ଭ ହେଉଛି।

7 core JPU ସହିତ ୮ ଜିବି ରାମ ଏବଂ ୨୫୬ ଜିବି ଷ୍ଟୋରେଜ କ୍ଷମତା ଥିବା iMacର ଦାମ ୧,୧୯,୯୦୦ ଟଙ୍କା ରହିଛି। ଯାହା ପିଙ୍କ, ଗ୍ରୀନ, ବ୍ଲୁ ଏବଂ ସିଲଭର ରଙ୍ଗରେ ଉପଲବ୍ଧ ହେବ। ଏହାର 8 coroe JPU ରେ ଦୁଇଟି ଏକ୍ସଟ୍ରା ୟୁଏସବି ପୋର୍ଟଯୁକ୍ତ ମଡେଲର ଦାମ ୧,୩୯,୯୦୦ ଟଙ୍କା ରଖାଯାଇଛି। ଏହା ମଧ୍ୟ ଗ୍ରୀନ, ୟେଲୋ, ଅରେଞ୍ଜ, ପିଙ୍କ, ପର୍ପଲ, ବ୍ଲୁ ଏବଂ ସିଲଭର କଲର ଅପସନରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.