ଛାତ୍ରଛାତ୍ରୀଙ୍କ ଦାବି ପରେ ଶେଷରେ ବାତିଲ୍ ହେଲା ମାଟ୍ରିକ୍ ପରୀକ୍ଷା, ଏନେଇ ଘୋଷଣା କଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦାବି ପରେ ଶେଷରେ ବାତିଲ୍ ହୋଇଛି ମାଟ୍ରିକ ପରୀକ୍ଷା | ଏନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  | କରୋନା ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି | ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ମଦ୍ରାସା ବୋର୍ଡ ପରୀକ୍ଷା ବି ବାତିଲ୍ କରାଯାଇଛି | ତେବେ କେଉଁ ପଦ୍ଧତିରେ ମାର୍କ ମିଳିବ ସେ ନେଇ ପରେ ନିଷ୍ପତ୍ତି ନିଆଯିବ | ସୂଚନା ଥାଉ କି ଆସନ୍ତା ମେ ୧୯ ତାରିଖରେ ପରୀକ୍ଷା ହେବାର ଥିଲା | ମନ୍ତ୍ରୀ କହିଛନ୍ତି ଯେ ମିଳିଥିବା ମାର୍କକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥାନ୍ତି ତେବେ ସ୍ଥିତି ସୁଧୁରିଲେ ପରୀକ୍ଷା ସେମାନେ ଦେଇପାରିବେ |

ସୂଚନା ଥାଉ କି, ଗତକାଲି ନବୀନ ନିବାସ ଯିବା ପୂର୍ବରୁ ଛାତ୍ରଛାତ୍ରୀ ସକାଳୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଦାଶ ଆଶ୍ବାସନା ଦେଇ କହିଥିଲେ ଯେ ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ସ୍ଥିତିର ସମୀକ୍ଷା କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.