Instagram ଆଣିଲା ଶାନଦାର ଫିଚର, ଏବେ ୟୁଜର ଦେଖି ପାରିବେ ଡିଲେଟ୍‌ ହୋଇଥିବା ପୋଷ୍ଟ୍‍ !

ଫଟୋ ଶେୟାରିଂ ଆପ୍‌ ‘ଇନ୍‌ଷ୍ଟାଗ୍ରାମ’ ନିଜ ୟୁଜର୍ସଙ୍କ ପାଇଁ ଏକ ବଢ଼ିଆ ଫିଚର ଆଣିଛି। ଏହି ଫିଚର ନା କେବଳ ଆପଣଙ୍କୁ ଡିଲେଟ୍‌ ହୋଇଥିବା ପୋଷ୍ଟକୁ ପଢ଼ିବାର ସୁବିଧା ଦେବ, ବରଂ ଆପଣ ଚାହିଁଲେ ସେହି ପୋଷ୍ଟକୁ ରିଷ୍ଟୋର ମଧ୍ୟ କରିପାରିବେ। କହି ରଖୁଛୁ, Instagram Stories ୨୪ ଘଣ୍ଟା ଭିତରେ ଡିଲେଟ୍‌ ହୋଇଯାଇଥାଏ ଏବଂ ଆପଣ ଚାହିଁଲେ ଏହାକୁ ୩୦ ଦିନ ଭିତରେ ରିଷ୍ଟୋର୍‌ କରିପାରି ଥାଆନ୍ତି। କିନ୍ତୁ ନୂଆ ଫିଚରରେ ୟୁଜରମାନଙ୍କୁ ଆଉ ୩୦ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ୨୪ ଘଣ୍ଟା ଭିତରେ Instagram Stories ରିଷ୍ଟୋର୍‌ କରିପାରିବେ।

ଇନ୍‌ଷ୍ଟାଗ୍ରାମ ଏହି ନୂଆ ଫିଚରର ସୂଚନା ନିଜ ବ୍ଲଗ୍‌ରେ ହିଁ ଦେଇଛି ଏବଂ କହିଛି କି, ୟୁଜରମାନେ ଏବେ ନୂଆ ଅପ୍‌ଡେଟ ପରେ ଡିଲେଟ୍‌ ପୋଷ୍ଟକୁ ଦେଖି ପାରିବେ ଏବଂ ରିଷ୍ଟୋର୍‌ ମଧ୍ୟ କରିପାରିବେ। ବର୍ତ୍ତମାନ ଏହି ଫିଚରକୁ ସମସ୍ତଙ୍କ ପାଇଁ ରୋଲ୍‌ଆଉଟ କରାଯାଇନାହିଁ। କିନ୍ତୁ ଧୀରେ ଧୀରେ ଏହାକୁ ସମସ୍ତ ୟୁଜରଙ୍କ ପାଖରେ ଉପଲବ୍ଧ କରାଇ ଦିଆଯିବ।

ଏମିତି କାମ କରିବ ନୂଆ ଫିଚର

ନୂଆ ଫିଚରକୁ ଉପଯୋଗ କରିବା ବହୁତ ସହଜ। ଏହା ଫଟୋ, ଭିଡିଓ, ରିଲ୍ସ ଏବଂ ଆଇଜିଟିଭି ଭିଡିଓ ପାଇଁ କାମ କରିବ। ଯଦି ଆପଣ କୌଣସି ଡିଲେଟ୍‌ ପୋଷ୍ଟକୁ ଦେଖିବାକୁ କିମ୍ବା ପଢ଼ିବାକୁ ଚାହିଁବେ, ତ ଏଥିପାଇଁ ଇନ୍‌ଷ୍ଟାଗ୍ରାମ ଆପ୍‌ର ସେଟିଂକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଆକାଉଣ୍ଟର ବିକଳ୍ପ ମିଳିବ। ଏହା ଉପରେ କ୍ଲିକ୍‌ କରିବା ପରେ Recently Deleted ବିକଳ୍ପ ମିଳିବ ଏବଂ ଏହାପରେ ଆପଣ ଡିଲେଟ୍‌ ପୋଷ୍ଟକୁ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.