ପର୍ଣ୍ଣ ଭିଡିଓ ଅପଲୋଡ କରିବା ଅଭିଯୋଗରେ ଆଉ ଜଣେ ଅଭିନେତ୍ରୀ ଗିରଫ, ଏକତା କପୁରଙ୍କ ୱେବ ସିରିଜରେ କରୁଥିଲେ କାମ

ଏକତା କପୁରଙ୍କ ୱେବ ସିରିଜ ‘ଗନ୍ଦି ବାତ୍’ ଫେମ ଗହନା ବଶିଷ୍ଠଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପର୍ଣ୍ଣୋଗ୍ରାଫି ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବଡ଼ କାର୍ଯ୍ଯାନୁଷ୍ଠାନ । ଗହନାଙ୍କ ବିରୋଧରେ ନିଜ ୱେବସାଇଟ ପାଇଁ ପର୍ଣ୍ଣ ଭିଡିଓ ସୁଟ କରିବା ଓ ଅପଲୋଡ଼ କରିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଗହନାଙ୍କ ନିଜର ପ୍ରଡକ୍ସନ ହାଉସ ଥିଲା ଯେଉଁଠାରେ ୱେବ ସିରିଜ ଓ ଧାରାବାହିକ ନାଁରେ ପର୍ଣ୍ଣ ଭିଡିଓ ତିଆରି ହେଉଥିଲା ଓ ଇଣ୍ଟରନେଟରେ ଅପଲୋଡ଼ ହେଉଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା ୫ଜଣଙ୍କୁ ଗିରଫ କରିଥିଲା। ଏବେ ପୁଣି ଗହନାଙ୍କୁ ଗିରଫ କରିଛି। ମାମଲା ସାମ୍ନାକୁ ଆସିବା ପରେ ପୋଲିସ କଡାକଡି ଭାବେ ତଦନ୍ତ କରୁଛି। ‘ମିସ ଏସିଆ ବିକିନୀ’ର ବିଜେତା ଗହନା ବଶିଷ୍ଠ ବିଜ୍ଞାପନ, ହିନ୍ଦୀ ଓ ତେଲୁଗୁ ଫିଲ୍ମରେ କାମ କରିଛନ୍ତି।

ସୂଚନା ଅନୁଯାୟୀ, ସେ ୮୭ଟି ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ସୁଟିଂ କରିଛନ୍ତି ଓ ୱେବସାଇଟରେ ଅପଲୋଡ଼ କରିଛନ୍ତି। ଏହି ୱେବସାଇଟରେ କଣ୍ଟେଣ୍ଟ ଦେଖିବାକୁ ସବ୍ସକ୍ରିପସନ୍ ନେବାକୁ ପଡିଥାଏ। ସବ୍ସକ୍ରିପସନ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିଥାଏ। ଅଶ୍ଳୀଳ ଫିଲ୍ମ ଜରିଆରେ ଗହନା ଓ ତାଙ୍କ ଟିମ ବହୁତ ଟଙ୍କା ରୋଜଗାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.