ଦୁନିଆର ସବୁଠାରୁ ଅଧିକ ସ୍ପିଡ ଚାଲୁଥିବା ଇଣ୍ଟରନେଟ, ୧ ସେକେଣ୍ଡରେ ଡାଉନଲୋଡ ହୋଇପାରିବ ୫୭ ହଜାର ଫିଲ୍ମ

ଇଣ୍ଟରନେଟ ଆମ ଜୀବନକୁ ଅଧିକ ସହଜ କରିଦେଇଛି। ଯେଉଁ ଭାରତରେ ୫ଜି ଆସିବାର ରହିଥିବା ବେଳେ ଚୀନ ଏବଂ ଆମେରିକାରେ ୬ଜି ଟେଷ୍ଟିଂ ଚାଲିଛି। କିନ୍ତୁ ଜାପାନ ଏମିତି କାରନାମା କରୁଛି, ଯାହା ଆପଣ ଶୁଣି ଆଶ୍ଚର୍ଯ୍ଯ ହେବେ। ଜାପାନର ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଇନଫରମେସନ ଆଣ୍ଡ କମ୍ଯୁନିକେସନ ଟେକନୋଲୋଜି(NIICT)ର ଲ୍ଯାବରେ ଟେଷ୍ଟିଂ ସମୟରେ ଇଣ୍ଟରନେଟର ସ୍ପିଡ ୩୧୯ ଟେରାବାଇଟ ପ୍ରତି ସେକେଣ୍ଡ ରହିଛି। ଏହା ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଏହାର ସ୍ପିଡରୁ ଆପଣ ଅନ୍ଦାଜ ଲଗାଇପାରୁଥିବେ କି ଏକ ସେକେଣ୍ଡରେ ୟୁଜର୍ସ ୫୭ ହଜାର ଫିଲ୍ମ ଡାଉନଲୋଡ କରିପାରିବେ। ଯେତେ ବଡ ଫାଇଲ ହେଲେ ମଧ୍ୟ ବହୁତ ସହଜରେ ଡାଉନଲୋଡ କରିପାରିବେ।

ଗତବର୍ଷ ମଧ୍ୟ ଏପରି ଟେଷ୍ଟିଂ ହୋଇଥିଲା। ଯେଉଁଥିରେ ୧୭୮ ଟେରାବାଇଟ୍ ପ୍ରତି ସେକେଣ୍ଡ ସ୍ପିଡ ଆସିଥିଲା। ଏହି ଟେଷ୍ଟ ଗତ ବର୍ଷ ଜାପାନ ଏବଂ ବ୍ରିଟେନର ଇଂଜିନିୟରି ମିଶି କରିଥିଲେ। ଚଳିତବର୍ଷ ଜାପାନ ଏହି ଟେଷ୍ଟିଂ କରି ସବୁ ରେକର୍ଡ ଭାଙ୍ଗି ଦେଇଛି।

ଜାପାନ ଲ୍ଯାବରେ ଏହି ସ୍ପିଡ ପାଇବା ପାଇଁ ଅପ୍ଟିକାଲ ଫାଇବର କେବଲର ବ୍ଯବହାର କରିଥିଲା। NIICT ପକ୍ଷରୁ ୩୦୦୧ କିମି ଲମ୍ବା ଏକ ଟ୍ରାନ୍ସମିସନ ପ୍ରସ୍ତୁତ କରିଥିଲା। ଏହାଠାରୁ ଅଧିକ ସ୍ପିଡ ହାସଲ ହୋଇପାରିବ ବୋଲି ଟିମ୍ ଦାବି କରିଛି। ଆମେରିକାର ସ୍ପେସ ଏଜେନ୍ସୀ ନାସା ୪୪୦ ଗିଗାବାଇଟ ପ୍ରତି ସେକେଣ୍ଡ ସ୍ପିଡରେ ଇଣ୍ଟରନେଟ ବ୍ଯବହାର କରିଥାଏ। ଭାରତର ଅଧିକାଂଶ ବ୍ରଡବ୍ଯାଣ୍ଡର ସ୍ପିଡ ପାଖାପାଖି ୫୧୨ kbps ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.