ଜିଓ ଆରମ୍ଭ କଲା ଦେଶର ପ୍ରଥମ ଇଣ୍ଟରନ୍ଯାସନାଲ ରୋମିଂ ବ୍ଯବସ୍ଥା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଦେଶର ପ୍ରଥମ ଭୋଲ୍ଟି ଇଣ୍ଟରନ୍ଯାସନାଲ ରୋମିଂ (ଇନବାଉଣ୍ଟ) ସର୍ଭିସ ଲଞ୍ଚ କରିଛି। ଯାହା ଫଳରେ ଜାପାନରୁ ଭାରତ ଆସୁଥିବା KDDI ଟେଲିକମ୍ କମ୍ପାନିର ଗ୍ରାହକଙ୍କୁ ରିଲାଏନ୍ସ ଜିଓ ନେଟୱର୍କ ପ୍ରଦାନ କରିବ। ଏହି ସର୍ଭିସ ଜରିଆରେ ଜାପାନରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ବହୁତ ଲାଭ ହେବ।

jio

ଭୋଲ୍ଟି ଇଣ୍ଟରନ୍ଯାସନାଲ ରୋମିଂ ସର୍ଭିସ ଆରମ୍ଭ କରିବା ପାଇଁ ଜିଓ ଜାପାନ ମୋବାଇଲ ନେଟୱାର୍କ ପ୍ରୋଭାଇଡ଼ର KDDI କର୍ପୋରେସନ୍ ସହ ହାତ ମିଳାଇଛି। ରିଲାଏନ୍ସ ଜିଓ ମାର୍କ ୟାର୍କୋସ୍କାଇ ନିଜର ବୟାନରେ କହିଛନ୍ତି, ଜିଓ ନିଜ ଗ୍ରାହକଙ୍କୁ ଡ଼ାଟା  ଏବଂ ଭଏସ ସର୍ଭିସ ବହୁତ ଭଲ ଭାବେ ଦେଉଛି। ଏଣୁ ଜାପାନରୁ ଭାରତ ଆସୁଥିବା KDDI ଗ୍ରାହକଙ୍କୁ ଜିଓ ନେଟୱାର୍କ ଜରିଆରେ ସ୍ବାଗତ କରାଯିବ। ନୂଆ ସୁବିଧା ସହ ଅନ୍ତଃରାଷ୍ଟ୍ରିୟ ଯାତ୍ରୀଙ୍କୁ ଭାରତରେ ଜିଓ ନେଟୱାର୍କର ଫାଇଦା ମିଳିବ।

ରିପୋର୍ଟ ମୁତାବକ, ଟ୍ରାଇ ମାଇସ୍ପିଡ଼ରୁ ପ୍ରମାଣିତ ହୋଇଛି କି ରିଲାଏନ୍ସ ଜିଓ ଲଗାତାର ୨୦ ମାସ ପର୍ଯ୍ଯନ୍ତ ଦେଶର ସ୍ପିଡ଼ ନେଟୱାର୍କ ଭାବେ ଲୋକପ୍ରିୟତା ହାସିଲ କରୁଛି। ଏଥିସହ ସେପ୍ଟେମ୍ବରରେ ଏୱରବେଜ୍ ଡ଼ାଉନଲୋଡ଼ ସ୍ପିଡ଼୍ ୨୦.୬ ଏମବିପିଏସ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.