ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ଏବେ ୨୮ ଦିନ ବଦଳରେ ପୁରା ୧ ମାସର ମିଳିବ ରିଚାର୍ଜ

ଯଦି ଆପଣ ବି ଜିଓର ବେଷ୍ଟ ପ୍ଲାନର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ଖରବ ଖାସ ଆପଣ ମାନଙ୍କ ପାଇଁ। ଭାରତରେ ଏବେ ଜିଓ ତାର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଅଫର ଆଣୁଛି। ତେବେ କିଛି ଅଛନ୍ତି ଯେଉଁମାନେ ଜିଓର ରିଚାର୍ଜ ପ୍ଳାନରେ ଖୁସି ନଥିବା ବେଳେ ଏସମସ୍ତ ଗ୍ରାହକଙ୍କୁ ଖୁସି କଲା ଭଲି ଅଫର ନେଇ ଆସିଛି ଜିଓ ପ୍ଳାଟଫର୍ମ।

ଜିଓ ତାର ଗ୍ରାହକଙ୍କ ପାଇଁ ଏକ ସବୁଠୁ ଭଲ ପ୍ଲାନ ନେଇ ଆସିଛି | ଜିଓ ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ବଦଳରେ ୧ ମାସର ଭାଲିଡିଟି ଦେବାକୁ ଯାଉଛି |

କେବଳ ଖର୍ଚ୍ଚ କରିବାକୁ ହେବ 259 ଟଙ୍କା :

ରିଲାଏନ୍ସ ଜିଓ ଏହି ପ୍ରିପେଡ଼ ପ୍ଲାନରେ ଗ୍ରାହକଙ୍କୁ 259 ଟଙ୍କାରେ ୧ ମାସର ଭାଲିଡିଟି ମିଳିବ |

ସବୁଦିନ ମିଳିବ 1.5 ଜିବି ଡାଟା :

ଜିଓ ପ୍ରଥମ ଥର ପାଇଁ 1 ମାସର ଭାଲିଡିଟି ପ୍ରିପେଡ଼ ପ୍ଲାନ ନେଇକରି ଆସିଛି | ଜିଓ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ 259 ଟଙ୍କାର ରିଚାର୍ଜ ଯୋଜନାରେ 1,5 GB ଡାଟା ଓ ଅନଲିମିଟେଡ଼ କଲ ସୁବିଧା ରହିଛି | ଏହାର ଭାଲିଡିଟି 1 ମାସ ରହିଛି |

1 ବର୍ଷରେ ମିଳିବ 12 ରିଚାର୍ଜ :

କମ୍ପାନୀ ଏହି ପ୍ଲାନରେ ଗ୍ରାହକଙ୍କୁ 1 ବର୍ଷରେ 12 ରିଚାର୍ଜ ଦେବ | ଏହାଛଡା ପ୍ରତି ମାସ ସମାନ ତାରିଖରେ ଏହାକୁ ରିଚାର୍ଜ କରିବାକୁ ପଡିବ | ଅର୍ଥାତ ପ୍ରଥମେ ଯେଉଁ ତାରିଖରେ ରିଚାର୍ଜ କରିଥିଲେ | ପ୍ରତିମାସ ସେହି ତାରିଖରେ ରିଚାର୍ଜ କରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.