Below header

ବିନା ଆପଣଙ୍କ ନମ୍ବର କହି କାହାକୁ ବି ଏମିତି କରିପାରିବେ ଫୋନ ଏବଂ ଏସଏମଏସ

ବହୁତ ଥର ଆମେ ବ୍ୟକ୍ତିଗତ କାରଣରୁ କାହାକୁ ନିଜ ନମ୍ବର ଦେବାକୁ ଚାହାନ୍ତି ନାହିଁ। ଏମିତିରେ ଆମକୁ ଏକ ଅଲଗା ସିମ୍ କାର୍ଡ ରଖିବାକୁ ପଡିଥାଏ।। କିନ୍ତୁ ଏକ ଉପାୟ ରହିଛି ଯାହା ସାହାଯ୍ୟରେ ଆପଣ ନିଜର ଅସଲି ନମ୍ବର କହି କାହାକୁ ବି ଫୋନ କରିପାରିବେ ଏବଂ ମେସେଜ ମଧ୍ୟ କରିପାରିବେ। ତେବେ ଆସନ୍ତୁ ଜାଣିବା।

ଯଦି ଆପଣ ଚାହୁଁଛନ୍ତି ନିଜର ଅସଲି ନମ୍ବର କାହା ପାଖକୁ ନ ଯାଉ ଏବଂ ତାଙ୍କୁ ଫୋନ, ମେସେଜ କରିପାରିବେ ତେବେ ଏଥିପାଇଁ ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋରରୁ ନିଜର ଆଣ୍ଡ୍ରୟଡ୍ ଫୋନରେ ନାମକ ଆପ୍ ଡାଉନଲୋଡ୍ କରନ୍ତୁ। ଯଦି ଆପଣଙ୍କ ପାଖରେ ଗୋଟିଏ ହିଁ ସିମ୍ କାର୍ଡ ରହିଛି କିମ୍ବା ଗୋଟିଏ ସିମ୍ ବିଶିଷ୍ଟ ଫୋନ ଅଛି ତେବେ ଆପଣଙ୍କ ପାଇଁ ଏହା କୌଣସି ଉପହାର ଠାରୁ କମ୍ ନୁହେଁ।

ଆପକୁ ଡାଉନଲୋଡ କରିବା ପରେ ଏଥିରେ ଆପଣଙ୍କୁ ଏକ ବିକଳ୍ପ ମିଳିବ। ଯେଉଁଥିରେ ଆପଣ ସେହି ନମ୍ବର ଦିଅନ୍ତୁ ଯାହକୁ ଆପଣ ଅନ୍ୟକୁ ଦେବାକୁ ଚାହୁଁଛନ୍ତି। ରେଜିଷ୍ଟ୍ରେସନ ପରେ ଆପଣ ଯାହାକୁ ଫୋନ କରିବେ ତାଙ୍କ ମୋବାଇଲକୁ ଆପଣଙ୍କ ନମ୍ବର ଅଲଗା-ଅଲଗା ଦେଶର କାର୍ଡ ବୋଲି ଦେଖାଯିବ।

text meରେଜିଷ୍ଟ୍ରେସନ ପରେ ଆପଣ ଯାହାଙ୍କୁ ବି କଲ୍ କିମ୍ବା ମେସେଜ୍ କରିବେ ତାହା ରେଜିଷ୍ଟ୍ରେସନ ନମ୍ବରରେ ହିଁ ଯିବ। ଏହି ଆପରେ ଏକା ସାଥିରେ ଅନେକ ମୋବାଇଲ ନମ୍ବର ବ୍ୟବହାର କରିପାରିବେ। ଅବଶ୍ୟ ଏକ ରୁ ଅଧିକ ନମ୍ବର ବ୍ୟବହାର କରିବା ପାଇଁ ଆପଣଙ୍କୁ ସବୁ ମାସ ୬୦ ଟଙ୍କା ପେମେଣ୍ଟ କରିବାକୁ ହେବ।

ଏହି ଆପରେ ଫ୍ରୀରେ ମେସେଜ୍ ପଠାଇବା ଏବଂ ଫୋନ କରିବାର ସୁବିଧା ରହିଛି। କିନ୍ତୁ ଏହି ସୁବିଧା ବର୍ତ୍ତମାନ ଆମେରିକା ଏବଂ କାନାଡାରେ ଉପଲବ୍ଧ ରହିଛି। ଏହି ଆପରେ ଆପଣଙ୍କୁ ଷ୍ଟିକର, ଫଟୋ ଏବଂ ଭିଡିଓର ସୁବିଧା ମଧ୍ୟ ମିଳିବ। ଏହା ଜରୀଆରେ ଆପଣ ଚାଟିଂ ମଧ୍ୟ କରିପାରିବେ ତାହା ବିନା ଆପଣଙ୍କ ନମ୍ବର କହି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.