ମମତାଙ୍କ ସବୁ ଅଙ୍କ ଭୁଲ୍‌, ୪୨ରୁ ବିଜେପି ଦଖଲକୁ ଯାଇଛି ୧୯ଟି ଆସନ

କୋଲକାତା: ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି । ପଶ୍ଚିମବଙ୍ଗରେ ମୋଦି ସୁନାମୀ । ଏତେ ଛକାପଞ୍ଝା ପରେ ବି ମମତା ନିଜ ଗଡରେ ଅଣ୍ଟା ଭିଡି ଠିଆ ହୋଇପାରିଲେ ନାହିଁ । ମମତାଙ୍କ ସବୁ ଅଙ୍କ ଶେଷରେ ଭୁଲ୍‌ ହୋଇଯାଇଛି। ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଦମ୍ଭ ଭାଙ୍ଗି ଦେଇଛି । ୪୨ରୁ ୧୯ଟି ଆସନ ବିଜେପି ଦଖଲକୁ ଯାଇଛି। ତୃଣମୂଳର ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଳର ନେତ୍ରୀ। ୪୨ଟି ଲୋକସଭା ଆସନରୁ ତୃଣମୂଳକୁ ମିଳିଛି ମାତ୍ର ୨୨ଟି।

୨୦୧୪ରେ ଟିଏମ୍‌ସି ୩୪ଟି ଆସନ ହାତେଇଥିଲା :

୨୦୧୪ରେ ଟିଏମ୍‌ସି ୩୪ଟି ଆସନ ହାତେଇ ଥିବାବେଳେ ବିଜେପିକୁ ମିଳିଥିଲା ମାତ୍ର ୨ଟି। କଂଗ୍ରେସ ୪ଟିରେ ବିଜୟୀ ହୋଇଥିବାବେଳେ ବାମଫ୍ରଣ୍ଟକୁ ମିଳିଥିଲା ମାତ୍ର ୨ଟି ଆସନ। ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ବାମଫ୍ରଣ୍ଟ ଖାତା ଖୋଲିପାରି ନାହିଁ। ସଦ୍ୟ ଆକଳନରୁ ଜଣାପଡ଼ିଛି, ଚଳିତ ନିର୍ବାଚନରେ ଟିଏମ୍‌ସି ୪୪.୬୧ ପ୍ରତିଶତ ଭୋଟ୍‌ ପାଇଥିବାବେଳେ ବିଜେପି ଏହାର ପାଖାପାଖି ଅର୍ଥାତ୍‌ ୩୯.୦୩ ପ୍ରତିଶତ ଭୋଟ୍‌ ହାତେଇଛି।

modiଫଳାଫଳ ପରେ ମମତା ବାନାର୍ଜୀଙ୍କ ଟ୍ବିଟ୍‌ :

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଫଳାଫଳର ସମ୍ପୂର୍ଣ୍ଣ ସମୀକ୍ଷା ହେବା ଦରକାର ବୋଲି କହିଛନ୍ତି। ମମତା କହିଛନ୍ତି, ଯେଉଁମାନେ ପରାଜୟ ବରଣ କରିଛନ୍ତି ସେମାନେ ସମସ୍ତେ ପରାଜିତ ନୁହନ୍ତି। ଆମେ ସମ୍ପୂର୍ଣ୍ଣ ସମୀକ୍ଷା କରିସାରିବା ପରେ ଅନ୍ୟମାନଙ୍କ ସମ୍ମୁଖରେ ମତାମତ ରଖିବା। ଭୋଟ୍‌ ଗଣତି ସରୁ ଏବଂ ଭିଭିପିଏଟି ମ୍ୟାଚ୍‌ ଶେଷ ହେଉ ବୋଲି ମମତା ଟ୍ବିଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.