Below header

ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ଜାଣନ୍ତୁ କେଉଁଠୁ କିଏ ପିନ୍ଧିଛନ୍ତି ବିଜୟ ମୁକୁଟ

ଆସିଯାଇଛି ସାଧାରଣ ନିର୍ବାଚନ-୨୦୧୯ର ଫଳାଫଳ । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡି ଜିତି ଥିବାବେଳେ ବିଜେପି ୮ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ଜିତି ଥିବା ବେଳେ କୋରାପୁଟ ଆସନ ହାତେଇଛି କଂଗ୍ରେସ। ବାକି ଆସନଗୁଡ଼ିକରେ ବିଜେଡି ଜିତିଛି।

ଆସନ୍ତୁ ଜାଣିବେ ଲୋକସଭା ଆସନରୁ କେଉଁଠୁ କିଏ ପିନ୍ଧିଛନ୍ତି ବିଜୟ ମୁକୁଟ :

– ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍‌ରେ ହରାଇଛନ୍ତି।

Aparajita-Sarangi-କଟକରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି। ସେ ବିଜେପି ପାର୍ଥୀ ପ୍ରକାଶ ମିଶ୍ରଙ୍କୁ ୧,୨୧,୨୦୧ ଭୋଟ୍‌ରେ ହରାଇଛନ୍ତି।
-ବ୍ରହ୍ମପୁରରେ ବିଜେଡିକୁ ମିଳିଛି ସଫଳତା । ଏଠାରେ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇଛନ୍ତି।

– ବାଲେଶ୍ୱର ଲୋକସଭା ଆସନରେ ଏଥର ବାଜି ମାରିଛି ବିଜେପି। ଦଳୀୟ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏଠାରେ ବିଜୟୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀ ତଥା ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରିଛନ୍ତି।

-ଆସିକା ଲୋକସଭା ଆସନ ପୁଣି ବିଜେଡି ହାତକୁ ଯାଇଛି। ଏଠାରେ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ପ୍ରମିଳା ବିଷୋୟୀ ବିଜୟୀ ହୋଇଛନ୍ତି। ସେ ବିଜେପିର ଅନିତା ଶୁଭଦର୍ଶିନୀଙ୍କୁ ୨ ଲକ୍ଷ ୪ ହଜାର ୭୦୭ ଭୋଟ୍‌ରେ ପରାସ୍ତ କରିଛନ୍ତି।

-ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଏଥର ବି ବିଜୟୀ ହୋଇଛନ୍ତି।

Jual-oram-ସମ୍ୱଲପୁର ଲୋକସଭା ଆସନରେ ଏଥର ବାଜି ମାରିଛି ବିଜେପି। ଗତଥର ଦେବଗଡ଼ରୁ ବିଧାୟକ ହୋଇଥିବା ନୀତେଶ ଗଙ୍ଗଦେବ ଏହି ଆସନରୁ ବିଜୟୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି।

-ବରଗଡ଼ ଲୋକସଭା ଆସନରେ ବିଜେପି ଟିକେଟ୍‌ରେ ସମ୍ବଲପୁରରୁ ପ୍ରାର୍ଥୀ ହେଉଥିବା ସୁରେଶ ପୂଜାରୀଙ୍କୁ ଦଳ ଏଥର ବରଗଡ଼ ଆସନରେ ପ୍ରାର୍ଥୀ କରିଥିଲା। ସେ  ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩, ୯୩୯ ଭୋଟ୍‌ରେ ପରାସ୍ତ କରିଛନ୍ତି।

-ପୁରୀ ଲୋକସଭା ଆସନରେ ଶେଷରେ ବିଜେଡି ପ୍ରାର୍ଥୀ ତଥା ସାଂସଦ ପିନାକୀ ମିଶ୍ର ପୁଣି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ୧୧,୭୧୪ ଭୋଟ୍‌ରେ ହରାଇଛନ୍ତି।

PinakiMishra-ଢେଙ୍କାନାଳ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ବିଜୟୀ ହୋଇଛନ୍ତି।

-ଭଦ୍ରକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ବିଜୟୀ ହୋଇଛନ୍ତି ।

-କେନ୍ଦ୍ରାପଡ଼ାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବିଜୟୀ ହୋଇଛନ୍ତି।
anubhab-mohanty-ଯାଜପୁରରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜୟୀ ହୋଇଛନ୍ତି। ସେ ବିଜେପି ଅମୀୟକାନ୍ତ ମଲ୍ଲିକଙ୍କୁ ୧,୦୧,୬୯୩ ଭୋଟ୍‌ରେ ହରାଇଛନ୍ତି।
-ଜଗତସିଂହପୁରରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଛନ୍ତି।

-ସେହିପରି କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ  ବିଜୟୀ ହୋଇଛନ୍ତି।

-କଳାହାଣ୍ଡି ଲୋକସଭା ଆସନ ଏଥର ବିଜେପି ସପକ୍ଷରେ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଛନ୍ତି।

-କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି।
Chandrani-Murmu-ବଲାଙ୍ଗିର ଲୋକସଭା ଆସନକୁ ପୁଣି ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଜିତିଛନ୍ତି। ସେ ତାଙ୍କ ଦିଅର ତଥା ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓଙ୍କୁ ପରାସ୍ତ କରିଛନ୍ତି। ଏହି ଆସନରେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।

-କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହୋଇଛନ୍ତି।

-ମୟୂରଭଞ୍ଜ ଆସନ ବିଜେପି ହାତକୁ ଯାଇଛି। ବିଶେଶ୍ୱର ଟୁଡୁ ଏଠାରେ ବିଜୟୀ ହୋଇଛନ୍ତି।

-ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ବିଜୟୀ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.