ସରକାରୀ ଚାକିରୀ: EPFO ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ

ସରକାରୀ ଚାକିରୀରେ ନିଯୁକ୍ତି ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ, ଭାରତ ସରକାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏଥିରେ ୨୮୦ଟି ପଦବୀରେ ନିଯୁକ୍ତି ହେବା ସହ ୭ ପେ-ସ୍କେଲ ଲାଗୁ ହେବ। ଇଛୁକ ଯୁବକ ଯୁବତୀମାନେ ସମସ୍ତ ତଥ୍ୟ ସହ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଥି ପାଇଁ ଦୁଇଯି ପରୀକ୍ଷା କରାଯିବ। ଏହି ପଦବୀରେ ସପ୍ତମ ବେତନ ଅନୁଯାୟୀ ୪୪,୯୦୦ ଟଙ୍କା ଦରମା ମିଳିବ। ଏଥିସହ ଡିଏ, ଏଚଆରଏ, ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ନିୟମ ଲାଗୁ କରାଯିବ। ଅନଲାଇନ ମାଧ୍ୟମରେ ଏହି ପରୀକ୍ଷା କରାଯିବ।

EPFO ରେ ଆବେଦନ କରିବାର ତାରିଖ:

jobଅନଲାଇନ ରେଜିଷ୍ଟେସନ ଆରମ୍ଭ- ୩୦ ମେ ୨୦୧୯

ଅନଲାଇନ ରେଜିଷ୍ଟେସନର ଶେଷ ତାରିଖ- ୨୫ ଜୁନ ୨୦୧୯

କଲ୍ ଲିଷ୍ଟ ଡାଉନଲୋଡ କରିବା ତାରିଖ- ୨୦ ରୁ ୩୦ ଜୁଲାଇ ୨୦୧୯

ପ୍ରଥମ ପରୀକ୍ଷା- ୩୦ ଏବଂ ୩୧ ଜୁଲାଇ ୨୦୧୯

ମୁଖ୍ୟ ପରୀକ୍ଷା- ପ୍ରଥମ ପରୀକ୍ଷାର ପରିଣାମ ଆସିବା ପରେ ଆବେଦନକାରୀଙ୍କୁ କଲ୍ ଲିଷ୍ଟ ପଠାଇ ଦିଆଯିବ।

ଆବଶ୍ୟକୀୟ ଯୋଗ୍ୟତା:

Jobs-କୌଣସି ଭି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ହିଘ୍ରୀ ହାସଲ କରିଥିବେ।

-୨୫ ଜୁନ ମଧ୍ୟରେ ଆବେଦନକାରୀମାନେ ସମସ୍ତ ପ୍ରମାଣପତ୍ର ଜମା ନକଲେ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ।

-ଆବେଦନକାରୀଙ୍କ ବୟସ ୨୫ ଜୁନ ସୁଧା ୨୦ ବର୍ଷ ବା ଅଧିକତମ ୨୭ ବର୍ଷ ବୟସ ହୋଇଥିବ। ଏଏସି, ଏସଟି,

ଓବିସି ଏବଂ ଅନ୍ୟ ପଦ ପାଇଁ ବୟସ ସୀମା ନିୟମ ଅନୁସାରେ ଟିକିଏ କମ ରହିବ।

ଜାଣନ୍ତୁ କେଉଁ ବର୍ଗରେ ପଦ ସଂଖ୍ୟା କେତେ ରହିଛି:

ସାମାନ୍ୟ ବର୍ଗ-୧୧୩

ଇଡଲ୍ୟୁଏସ-୨୮

ଏସସି-୪୨

ଏସଟି-୨୧

ଓବିସି ଏବଂ ଏନସିଏଲ-୭୬

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.