ହଜି ଯାଇଛି କି ରାସନ କାର୍ଡ ତେବେ ଚିନ୍ତା ନାହିଁ, ଏପରି ବନାନ୍ତୁ ଡୁପ୍ଲିକେଟ କାର୍ଡ

ରାସନ କାର୍ଡ ଧାରୀଙ୍କ ପାଇଁ ବଢ଼ିଆ ଖବର। ରାସନ କାର୍ଡ ଏକ ବହୁତ ଜରୁରୀ ଡକ୍ୟୁମେଣ୍‌, ଯାହାଦ୍ୱାରା ଆପଣ ସରକାରଙ୍କ ଦ୍ୱାରା ମାଗଣା ରାସନ ପାଇପାରିବେ। ରାସନ କାଡ ବି ଆଧାର କାର୍ଡ, ପାନ କାଡ ଏବଂ ଅନ୍ୟ ଜରୁରୀ ଡକ୍ୟୁମେଣ୍ଟ ଭଳି ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅନେକ ଯାଗାରେ ଏହାକୁ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଏ।

କିନ୍ତୁ କୌଣସି କାରଣ ବସତଃ ଆପଣଙ୍କ ରାସନ୍‌ କାର୍ଡ ହଜିଯାଏ ତାହେଲେ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାହିଁକିନା ଏବେ ଆପଣ ବିନା ଟେନସନରେ ପୁର୍ନବାର ବନାଇପାରିବେ। ରାସନ କାର୍ଡ ହଜିଯାଇଥିଲେ କିଛି ସହଜ ପ୍ରୋସେସକୁ ଫଲୋ କରି ଆପଣ ଡୁପ୍ଲିକେଟ କାର୍ଡ ସହଜରେ ବନାଇ ପାରିବେ। ଆସନ୍ତୁ ଜାଣିବା ଡୁପ୍ଲିକେଟ ରାସନ କାର୍ଡକୁ ବନାଇବା ପାଇଁ ଅନଲାଇନ ଏବଂ ଅଫଲାଇନ୍‌ କାର୍ଡ ଆପଣ କେମିତି ବନାଇବେ।

ଏପରି ଅନଲାଇନ୍‌ ବନାନ୍ତୁ ଡୁପ୍ଲିକେଟ୍‌ ରାସନ୍‌ କାର୍ଡ

ଷ୍ଟେପ ୧ : ଡୁପ୍ଲିକେଟ କାର୍ଡ ବନାଇବା ପାଇଁ ସର୍ବପ୍ରଥମେ ନିଜ ରାଜ୍ୟର ଖାଦ୍ୟ ବିଭାଗର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
ଷ୍ଟେପ ୨ : ଏବେ ଆପଣଙ୍କ ସାମ୍ନାରେ ହୋମ୍‌ ପେଜ୍‌ ଖୋଲିବ।
ଷ୍ଟେପ ୩ : ଯାହାପରେ ଆପଣ ଡୁପ୍ଲିକେଟ ରାସନ କାର୍ଡ ପାଇଁ ଆବେଦନ କରିବା ପାଇଁ ଲିଙ୍କ୍‌ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୪ : ଏବେ ଆପଣଙ୍କ ସାମ୍ନାରେ ଏକ ଅନଲାଇନ୍‌ ଫର୍ମ ଖୋଲିଯିବ। ଯେଉଁ ଫର୍ମରେ ଦିଆଯାଇଥିବା ସମସ୍ତ ମହତ୍ତ୍ୱପୂର୍ଣ୍ଣ ବିବରଣୀକୁ ଭରନ୍ତୁ।
ଷ୍ଟେପ ୫ : ଏବେ କୁହାଯାଥିବା ଡକ୍ୟୁମେଣ୍ଟକୁ ଅପଲୋଡ୍‌ କରନ୍ତୁ ଏବଂ ତାକୁ ସବମିଟ୍‌ କରିଦିଅନ୍ତୁ।
ଷ୍ଟେପ ୬ :ଏହି ଷ୍ଟେପସକୁ ଫଲୋ କରି ଆପଣ ଡୁପ୍ଲିକେଟ ରାସନ କାର୍ଡ ପାଇଁ ଆପ୍ଳାଏ କରିପାରିବେ।
ଏପରି ବନାନ୍ତୁ ଅଫଲାଇନ୍‌ ଡୁପ୍ଲିକେଟ ରାସନ କାର୍ଡ
ଷ୍ଟେପ ୧ : ଅଫଲାଇନ୍‌ ଡୁପ୍ଲିକେଟ ରାସନ କାର୍ଡ ବନାଇବା ପାଇଁ ଆପଣ ଜିଲ୍ଲା ଖାଦ୍ୟ ଏବଂ ଅପୂର୍ତ୍ତି ନିୟନ୍ତ୍ରକ ଅଫିସ ଯାଆନ୍ତୁ।
ଷ୍ଟେପ ୨ : ଏଥିପାଇଁ ଆପଣଙ୍କ ପାଖରେ ପରିବାର ସଦସ୍ୟଙ୍କୁ ଦୁଇଟି ପାସପୋର୍ଟ ସାଇଜ ଫଟୋ ହେବା ବାଧ୍ୟତାମୂଳକ।
ଷ୍ଟେପ ୩ : ଏବେ ଡୁପ୍ଲିକେଟ ରାସନ କାର୍ଡର ଫର୍ମ ନିଅନ୍ତୁ।
ଷ୍ଟେପ ୪ : ଫର୍ମ ଭରିବା ପାଇଁ ଆପଣଙ୍କ ଡିପୋ ହୋଲ୍ଡର ରିପୋର୍ଟ, ପେନାଲ୍ଟୀ ଫିସର ଦୁଇଟି ରସିଦ୍‌ ବ୍ୟତୀତ ନିଜ ପରିବାରର ସବୁ ସଦସ୍ୟଙ୍କ ଫଟୋ ସବମିଟ କରନ୍ତୁ।
ଷ୍ଟେପ ୫ : ଭେରିଫିକେସନ ହେବା ପରେ ଆପଣଙ୍କୁ ଏହାର ସୂଚନା ଦେଇଦିଆଯିବ। ଯାହାପରେ ଆପଣ ଡୁପ୍ଲିକେଟ ରାସନ କାର୍ଡ ପାଇଯିବେ।
ଏହି ଡକ୍ୟୁମେଣ୍ଟର ପଡିବ ଆବଶ୍ୟକତା

ଡୁପ୍ଲିକେଟ ରାସନ୍‌ କାର୍ଡ ବନାଇବା ଆପଣଙ୍କୁ ରାସନ୍‌ କାର୍ଡ ନମ୍ବର, ସବୁ ସଦସ୍ୟଙ୍କ ଆଧାର କାର୍ଡ, ପରିବାର ମୁଖିଆଙ୍କ ପାସପୋର୍ଟ ସାଇଜ୍‌ ଫଟୋ ଏବଂ ଆଇଡି ପ୍ରୁଫର ଆବଶ୍ୟକ ପଡିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.