ଆପଣମାନଙ୍କ ସହାୟତାକୁ ଅପେକ୍ଷା ନକରି ଆରପାରିକୁ ଚାଲିଗଲେ ସରୋଜ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଶେଷରେ ପରପାରିକୁ ଚାଲିଗଲେ ସରୋଜ । ତାଙ୍କ ପାଇଁ ଆମେ ଆପଣମାନଙ୍କ ଠାରୁ ସହାୟତା ଲୋଡ଼ିଥିଲୁ । ପେଟ ପାଟଣା ପାଇଁ ବେଙ୍ଗାଲୁରୁ ଆସିଥିବା ଓଡ଼ିଆ ଶ୍ରମିକ ହେଉଛନ୍ତି ସରୋଜ ରାଉଳ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ବରୁଣାଇ ଗାଁର ବାସିନ୍ଦା । ପ୍ରାୟ ୧୦ ଦିନ ଧରି ସଂଘର୍ଷ କରିବା ପରେ ଗତକାଲି ରାତିରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

କିଛି ଦିନ ତଳେ ଏକ ଅଜଣା ଗାଡ଼ି ଧକ୍କାରେ ସରୋଜ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କେହି ଜଣେ ଆଣି ହସପିଟାଲରେ ଛାଡ଼ି ଦେଇଥିଲେ । ଦୁଇ ଦିନ ପରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଫୋନ୍‌ରେ ଏକଥା ଜଣାଇ ଦେଇଥିଲେ । ତେବେ ସରୋଜ ବେହୋସ ଥିବା ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେଣୁ ଜଣାପଡ଼ିଲା ନାହିଁ କି କେମିତି ଓ କିଏ ଦୁର୍ଘଟଣା ଘଟାଇଥିଲା । ତାହା ସବୁଦିନ ପାଇଁ ରହସ୍ୟ ହୋଇ ରହିଗଲା ।
ସରୋଜଙ୍କ ଶବ ବ୍ୟବଚ୍ଛେଦ ପରେ ସେଠାରେ ଥିବା କେନ୍ୟୁଜ୍‌ ଓଡ଼ିଶା ପ୍ରତିନିଧି ଗୋବିନ୍ଦ ବାରିକ ଏବଂ ଅନ୍ୟ ଓଡ଼ିଆମାନଙ୍କ ସହାୟତାରେ ସରୋଜଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.