Below header

ନୂଆ ଘରକୁ ସିଫ୍ଟ କରିଛନ୍ତି କି, ତେବେ ପାସପୋର୍ଟରେ ଏପରି ବଦଳାନ୍ତୁ ନୂଆ ଆଡ୍ରେସ୍‌

ବିଦେଶ ଯାତ୍ରା କରିବାକୁ ପ୍ଲାନ ବନାଇଛନ୍ତି କି, ତାହେଲେ ଏଥିପାଇଁ ଦରକାର ପଡିବ ପାସପୋର୍ଟ। ବିନା ପାସପୋର୍ଟରେ ଆପଣ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିପାରିବେନାହିଁ। ଯଦିଓ କିଛିି ଦେଶ ଅଛି ଯେଉଁଠି ଆପଣଙ୍କୁ ପାସପୋର୍ଟ ଦରକାର ପଡିବନି। କିନ୍ତୁ ଏମିତି କିଛି ଦେଶ ବି ଅଛି ଯେଉଁଠି ଆପଣଙ୍କ ଆଡ୍ରେସ ପ୍ରୁଫ ରହିଥାଏ ଯାହା ଅନ୍ୟ ଦେଶକୁ ଯିବା ପାଇଁ ପରିଚୟ ସାଜିଥାଏ। ଏଥିରେ ଆପଣଙ୍କ ପର୍ସନାଲ ଡିଟେଲ୍ସ ସହିତ ଆପଣଙ୍କ ଘରର ଠିକଣା ମଧ୍ୟ ଲେଖଯାଇଥାଏ, ଯାହା ଭେରିଫିକେସନ୍‌ ପରେ ମେନସନ୍‌ କରାଯାଏ। ଆଉ ଯଦି ଆପଣ ନିଜ ଘରର ବଦଳାଇଛନ୍ତି ଏବଂ ଆପଣଙ୍କ ପାଖରେ ଏବେ ଏକ ନୂଆ ଠିକଣା ରହିଛି ତାହେଲେ ପାସପୋର୍ଟରେ ମଧ୍ୟ ଏହାକୁ ଅପଡେଟ କରିପାରିବେ ତାହାପୁଣି ବହୁତ ସହଜରେ। ଯଦି ଆପଣ ପାସପୋର୍ଟ ଅପଡେଟ କରିବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କୁ ଅଫିସର ଚକ୍କର କାଟିବାକୁ ପଡିବନି ବରଂ ଘରେ ବସି ଅନଲାଇନରେ ହିଁ ପାସପୋର୍ଟରେ ଆଡ୍ରେସ୍‌ ଅପଡେଟ୍‌ କରାଇପାରିବେ।

ଏହି ପ୍ରକ୍ରୀୟା ଆପଣଙ୍କୁ ମୁସିକଲ ଲାଗୁଥାଇପାରେ କିନ୍ତୁ ପ୍ରକୃତରେ ଏହା ବହୁତ ସହଜ। ଯଦି ଆପଣ ଏବେ ପର୍ଯ୍ୟନ୍ତ ଜାଣିନାହାଁନ୍ତି ଯେ ପାସପୋର୍ଟରେ ଠିକଣା କେମିତି ପରିବର୍ତ୍ତନ କରିବେ ତାହେଲେ ଆଜିର ଏ ଭିଡିଓ ଆପଣଙ୍କୁ ବହୁତ ସାହାଯ୍ୟ କରିପାରେ। ଆଉ ଆଡ୍ରେସ ଅପଡେଟ ପ୍ରକ୍ରୀୟାକୁ ବହୁତ ସହଜ କରିଦେବ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା କେମିତି ଆପଣ ଘରେ ବସି ନିଜ ସ୍ମାର୍ଟଫୋନ କିମ୍ବା ଲାପଟପ ସାହାଯ୍ୟରେ ନିଜ ପାସପୋର୍ଟରେ ଆଡ୍ରେସ୍‌ ଚେଞ୍ଜ୍‌ କରିବେ।

ଆଡ୍ରେସ୍‌ ବଦଳାଇବା ପାଇଁ ଆପଣଙ୍କ ପାଖରେ ପୁରୁଣା ପାସପୋର୍ଟର ଆରମ୍ଭରୁ ୨ ପେଜ ଏବଂ ଶେଷର ୨ ପେଜର ସେଲ୍ଫ ଆଟାଚଡ୍‌ ଫଟୋକପି ରହିବା ଉଚିଚ। ଏଥିରେ ECR/Non-ECR ପେଜ୍‌ ସାମିଲ ରହିଛି। ଆଡ୍ରେସ ପ୍ରୁଫ ମଧ୍ୟ ଏଥିପାଇଁ ଦରକାର ପଡିଥାଏ।

ଜାଣନ୍ତୁ ଅନଲାଇନ୍‌ ପ୍ରୋସେସ୍‌

  • ସର୍ବପ୍ରଥମେ Passport Seva Portalକୁ ଯାଆନ୍ତୁ।
  • ଆକାଉଣ୍ଟରେ ଲଗଇନ୍‌ କରିବା ପରେ ୟୁଜର ଆଇଡି ଏବଂ ପାସଓ୍ଵାର୍ଡ ଏଣ୍ଟର କରନ୍ତୁ।
  • ଆକାଉଣ୍ଟ ନାହିଁ ଯଦି ତାହେଲେ New User/Register Now ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କୁ ପାସପୋର୍ଟ ସେବା କେନ୍ଦ୍ର ବାଛିବାକୁ ହେବ।
  • ଏବେ ଆପଣ ନିଜର ନାମ, ଜନ୍ମ ତାରିଖ ଏବଂ ପର୍ସନାଲ ଡିଟେଲ୍ସ ଭରନ୍ତୁ।
  • ଏହାପରେ ଲଗଇନ୍‌ ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ।
  • ଆପଣଙ୍କ ରେଜିଷ୍ଟର୍ଡ ଇମେଲ ଆଇଡିକୁ ଆକ୍ଟିଭ କରିବା ପାଇଁ ଏକ ଲିଙ୍କ୍‌ ଆସିବ।
  • ଲଗଇନ୍‌ କରିବା ପରେ Fresh Passport/Re-issue of Passport ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏବେ ଆବେଦନ ପତ୍ର ଭରିବା ପାଇଁ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ।
  • ମଗା ଯାଇଥିବା ସମସ୍ତ ବିବରଣୀ ଭରନ୍ତୁ, Next ବଟନ୍‌ ଉପରେ କ୍ଲିକ କରିଦିଅନ୍ତୁ।
  • ମେନ୍ୟୁରେ View Saved/Submitted Applications ଫର୍ମ ସିଲେକ୍ଟ କରନ୍ତୁ।
  • ଏହାପରେ Pay and Schedule Appointment ଲିଙ୍କ ଉପରେ କ୍ଲିକ କରିଦିଅନ୍ତୁ।
  • ଏହାପରେ ଅନଲାଇନ୍‌ ପେମେଣ୍ଟ ମୋଡ ସିଲେକ୍ଟ କରିଦିଅନ୍ତୁ। ଏହାପରେ Next ବଟନ ଉପରେ କ୍ଲିକ କରନ୍ତୁ।
  • PSK ଲୋକେସନ୍‌ ସିଲେକ୍ଟ କରିବା ପରେ ପାସପୋର୍ଟ ରସୀଦର ପ୍ରିଣ୍ଟ ଆଉଟ୍‌ ବାହାର କରିଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.