Below header

କଣ ଆଧାର କାର୍ଡରେ ଲାଗିଥିବା ଫଟୋ ଆପଣଙ୍କୁ ପସନ୍ଦ ଆସୁନାହିଁ, ତାହେଲେ ଏପରି କରନ୍ତୁ ପରିବର୍ତ୍ତନ

ଅଧିକାଂଶ ଲୋକଙ୍କୁ ଆଧାର କାର୍ଡରେ ଲାଗିଥିବା ନିଜ ଫଟୋ ଭଲ ଲାଗିନଥାଏ। ଆଧାର କାର୍ଡର ଫଟୋକୁ ନେଇ ଅନେକ ଲୋକ ମଜାକ ବି ଉଡାନ୍ତି। ଏମିତିରେ ଏହା ଜାଣି ଆପଣ ଖୁସି ହୋଇଯିବେ ଯେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ ଆଧାର କାର୍ଡ ଧାରକଙ୍କୁ କାର୍ଡରେ ଲାଗିଥିବା ନିଜ ଫଟୋକୁ ଅପଡେଟ କରିବାର ଅନୁମତି ଦେଇଛି। କାର୍ଡଧାରକ ନିକଟସ୍ଥ ଆଧାର ନାମାଙ୍କନ କେନ୍ଦ୍ର ଯାଇ ଫଟୋକୁ ପରିବର୍ତ୍ତନ କରିପାରିବେ। ତେବେ ଏବେ ଆସନ୍ତୁ ଜାଣିବା ଷ୍ଟେପ ବାଏ ଷ୍ଟେପ ପ୍ରୋସେସ୍‌।

ଆଧାର କାର୍ଡରେ ଫଟୋ ପରିବର୍ତ୍ତନ କରିବାର ଷ୍ଟେପ ବାଏ ଷ୍ଟେପ ପ୍ରୋସେସ୍‌

ଷ୍ଟେପ ୧ – ସର୍ବପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇ ୱେବସାଇଟ uidai.gov.in କୁ ଲଗଇନ୍ କରିବାକୁ ହେବ ଏବଂ ଆଧାର ନାମାଙ୍କନ ଫର୍ମ ଡାଉନଲୋଡ କରିବାକୁ ହେବ।

ଷ୍ଟେପ ୨ – ଏହି ଆଧାର ନାମାଙ୍କନ ଫର୍ମ ଭରି ଏହାକୁ ନିକଟସ୍ଥ ଆଧାର ନାମାଙ୍କନ କେନ୍ଦ୍ରରେ ଜମା କରିବାକୁ ହେବ।

ଷ୍ଟେପ ୩ – ଏବେ ଆଧାର ନାମାଙ୍କନ କେନ୍ଦ୍ରର କର୍ମଚାରୀ ଆପଣଙ୍କୁ ବାୟୋମେଟ୍ରିକ ଡିଟେଲ ନେବେ।

ଷ୍ଟେପ ୪ – ଏବେ ଆଧର ନାମାଙ୍କନ କେନ୍ଦ୍ର କର୍ମଚାରୀ ଆପଣଙ୍କ ଫଟୋ ନେବ।

ଷ୍ଟେପ ୫ – ଶୁଳ୍କ ବାବଦକୁ ଆଧାର କେନ୍ଦ୍ରର କର୍ମଚାରୀ ଆପଣଙ୍କ ଠାରୁ ୨୫ ଟଙ୍କା + ଜିଏସିଟି ନେଇ ଆପଣଙ୍କ କାର୍ଡରେ ଫଟୋ ଅପଡେଟ କରିଦେବ।

ଷ୍ଟେପ ୬ – ଆଧାର ନାମାଙ୍କନ କେନ୍ଦ୍ରର କର୍ମଚାରୀ ଆପଣଙ୍କୁ ୟୁଆରଏନ ସହିତ ଏକ ସ୍ଲିପ ମଧ୍ୟ ଦେବ।

ଷ୍ଟେପ ୭ – ଆପଣ ଏହି ୟୁଆରଏନର ଉପଯୋଗ କରି ଏହା ଚେକ୍ କରିପାରିବେ ଯେ ଆପଣଙ୍କ ଆଧାର କାର୍ଡ ଫଟୋ ବଦଳିଛି ନା ନାହିଁ।

ଷ୍ଟେପ ୮ – ଆଧାର କାର୍ଡ ଫଟୋ ଅପଡେଟ ପରେ ନୂଆ ଫଟୋ ସହିତ ଏକ ଅପଡେଟ ଆଧାର କାର୍ଡକୁ ୟୁଆଇଡିଏଆଇ େଓ୍ଵବସାଇଟରୁ ଡାଉନଲୋଡ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.