ଘରୁ ଚୋରି ହୋଇଗଲା ଦୁନିଆର ସବୁଠୁ ବଡ଼ ଠେକୁଆ, ଫେରାଇ ଆଣିଲେ ମିଳିବ ବଡ଼ ରକମର ପୁରସ୍କାର ରାଶି

ଲଣ୍ଡନ: ଦୁନିଆର ସବୁଠୁ ବଡ଼ ଠେକୁଆ ନିଜ ମାଲିକ ଘରୁ ଚୋରି ହୋଇଯାଇଛି। ଏହି ଠେକୁଆକୁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠୁ ବଡ଼ ଠେକୁଆ ହିସାବରେ ସମ୍ମାନିତ କରାଯାଇଛି। ଏବେ ଠେକୁଆ ଚୋରି ହେବା ନେଇ ଅଭିଯୋଗ ମିଳିବା ପରେ ପୋଲିସ ଏହାର ସନ୍ଧାନରେ ଲାଗି ପଡ଼ିଛି। ସେପଟେ ମାଲିକ ଠେକୁଆକୁ ଫେରାଇ ଆଣିଲେ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି।

େଓ୍ଵଷ୍ଟ ମର୍ସିୟା ପୋଲିସର ସୂଚନା ମୁତାବକ, ଏହି ବିଶାଳକାୟ ଠେକୁଆର ଲମ୍ବା ୧୨୯ ସେଣ୍ଟିମିଟର, ଯାହାର ନାଁ ଡେରିୟସ୍‌। ଗତ ଶନିବାର ରାତିରେ କିଛି ଚୋର ଏହାକୁ ଚୋରି କରି ନେଇଛନ୍ତି। ୨୦୧୦ରେ ଏହି ଠେକୁଆ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଥିଲା। ମାଲିକ ଏନେଟ୍‌ ଏଡ୍‌ଓ୍ଵାର୍ଡସ ଚୋରର ପତ୍ତା ଲଗାଇବା ଏବଂ ଠେକୁଆକୁ ଉଦ୍ଧାର କରି ଆଣିବାରେ ୧ ଲକ୍ଷରୁ ଅଧିକ ଅର୍ଥରାଶି ଦେବାକୁ ଘୋଷଣା କରିଛନ୍ତି। ମାଲିକଙ୍କ କହିବା ହେଲା, ଯେଉଁଦିନ ଠେକୁଆ ଚୋରି ହୋଇଛି, ସେହିଦିନ ତାଙ୍କ ଜୀବନର ସବୁଠୁ ଦୁଃଖଦ ଦିନ ରହିଥିଲା।

ଏଡ୍‌ଓ୍ଵାର୍ଡସ ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯେ ‘ଯିଏ ବି ଡେରିୟସ୍‌କୁ ନେଇଛ, ଦୟାକରି ତାକୁ ଫେରାଇ ଦିଅ’। ତେବେ ପୋଲିସ ଠେକୁଆ ମିଳିଲେ ତୁରନ୍ତ ଖବର ଦେବାକୁ ଅପିଲ କରିଛି। ଏଥିସହିତ ଫୋନ୍‌ ନମ୍ବର ବି ଜାରି କରିଛି। ସୂଚନାଥାଉ କି, ଡେରିୟସ୍‌ ନିଳମ୍ବିତ ରାତିରେ ମାଲିକର ବଗିଚା ପରିସରସ୍ଥ ନିଜ ଫାର୍ମରେ ଥିବା ବେଳେ ଚୋରମାନେ ପଶି ତାକୁ ନେଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.