OLXରେ ଠକେଇ ଘଟଣା: ଗିରଫ ଅଭିଯୁକ୍ତ ତୃପ୍ତି ରଞ୍ଜନକୁ ୭ ଦିନିଆ ରିମାଣ୍ଡରେ ନେଲା ବଡ଼ଗଡ଼ ଥାନା ପୋଲିସ୍

ଭୁବନେଶ୍ବର: ରିମାଣ୍ଡରେ ଗଲା ଏମ୍‌ବିଏ ଠକ । OLXରେ ଗାଡି ବିକ୍ରି କରିବ କହି ଠକେଇ ଘଟଣାରେ ଗିରଫ ଅଭିଯୁକ୍ତ ତୃପ୍ତି ରଞ୍ଜନ ଦାସକୁ ୭ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ। ଗତ ଦୁଇଦିନ ତଳେ ଗିରଫ ହୋଇଥିଲା ଏମବିଏ ଠକ । ୩ଟି ମାମଲାରେ ୫୦ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ବେଳେ ତା ନାଁରେ ୪୦ରୁ ଅଧିକ ମାମଲା ରହିଛି।

ପୂର୍ବରୁ ଅନେକ ଥର ଠକେଇ କରି ଜେଲ ଯାଇଛି ଓଏଲ୍‌ଏକ୍ସ ଠକ ତୃପ୍ତି ରଂଜନ ଦାସ । ଗୋଟିଏ ଗାଡିକୁ ଦେଖାଇ ୧୦ଜଣ ଲୋକଙ୍କୁ ଠକିଛି। ସାଧାରଣତଃ ମୟୂରଭଞ୍ଜ, ଯାଜପୁର, ଧରାକୋଟ ଭଳି ଦୂରଦୂରାନ୍ତର ଅଞ୍ଚଳର ଲୋକଙ୍କୁ କରୁଥିଲା ଟାର୍ଗେଟ। ଓଡିଶା ବାହାରୁ ତାକୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.