ନୂଆପଡ଼ା ଖଡ଼ିଆଳ ସହରକୁ ଆସନ୍ତା ୧୬ରୁ ୯ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ବଣିକ ସଂଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଖଡ଼ିଆଳ ବଣିକ ସଂଘ ପକ୍ଷରୁ ଖଡ଼ିଆଳ ସହରକୁ ୯ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୬ରୁ ୨୪ତାରିଖ ଯାଏ ଖଡ଼ିଆଳ ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଖଡ଼ିଆଳ ବଣିକ ସଂଘର ସମ୍ପାଦକ ସମ୍ବିତ ପଣ୍ଡା ସୂଚନା ଦେଇଛନ୍ତି।

ଏ ସଂପର୍କରେ ବଣିକ ସଂଘ ତରଫରୁ ନୂଆପଡ଼ା ଜିଲ୍ଲାପାଳ, ଖଡ଼ିଆଳ ତହସିଲଦାର, ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଖଡ଼ିଆଳ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି। ବଣିକ ସଂଘ ତରଫରୁ ମାଇକ୍‌ ମାଧ୍ୟମରେ ଖଡିଆଳର ଜନସାଧାରଣଙ୍କୁ ଅବଗତ କରାଯାଇଥିବା ଖଡ଼ିଆଳ ବଣଇକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି। ଖଡ଼ିଆଳ ବଣିକ ସଂଘର ନିଷ୍ପତ୍ତିକୁ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଗତ କରିବା ସହ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.