Below header

ଦମଦାର ଫିଚର୍ସ ସହ ଭାରତୀୟ ବଜାରରେ ଲଞ୍ଚ ହେଲା LAVA Z71

ଏକ ଲମ୍ବା ସମୟର ବ୍ୟବଧାନ ପରେ ଟେକ କମ୍ପାନୀ ‘ଲାଭା’ ନିଜ ଜେଡ 71 ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏଥିପାଇଁ କମ୍ପାନୀକୁ ରିଲାଏନ୍ସ ଜିଓ ସହ ଚୁକ୍ତି କରିବାକୁ ପଡିଛି । ଫିଚର୍ସ କଥା କହିଲେ ଲାଭାର ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର, ପାୱାରଫୁଲ ପ୍ରୋସେସର ଓ ଦମଦାର ବ୍ୟାଟେରୀ ସୁବିଧା ଦିଆଯାଇଅଛି ।

କମ୍ପାନୀ ଏହି ଫୋନ ଟିକୁ ୨ ଜିବି ରାମ ଓ ୩୨ ଜିବି ଷ୍ଟୋରେଜର ଭେରିୟାଣ୍ଟକୁ ୬,୨୯୯ ଟଙ୍କାର ପ୍ରାଇଶ ଟ୍ୟାଗ ସହ ଭାରତୀୟ ବଜାରରେ ଲଞ୍ଚ କରିଛି । ଆଉ ମଧ୍ୟ ଉଭୟ ଷ୍ଟିଲ ବ୍ଲୁ ଓ ରୁବି ରେଡ଼ କଲର ଅପସନ ସହ ବିଭିନ୍ନ ଇ – କମର୍ସ ସାଇଟ ଯେପରିକି ଫ୍ଲିପକ୍ୱାର୍ଟ ଓ ଆମାଜନ ଆଦିରେ ସହଜରେ ମିଳିପାରିବ । ଜିଓ ଗ୍ରାହକ ମାନଙ୍କୁ ଏହି ଫୋନ ଉପରେ ପ୍ରାୟ ୧୨୦୦ ଟଙ୍କାର ରିହାତି ମିଳିପାରିବ । ଏହାବାଦ କମ୍ପାନୀ ତରଫରୁ ୫୦ ଜୀବିର ଅତିରିକ୍ତ ଡାଟା ସୁବିଧା ମଧ୍ୟ ମିଳିବ ।

lava z2

ଆସନ୍ତୁ ଜାଣିବେ କଣ ରହିଛି ଲାଭାର ସ୍ପେସିଫିକସନ:

କମ୍ପାନୀ ଏହି ଫୋନରେ ୫.୭ ଇଞ୍ଚର ଡିଷ୍ପ୍ଲେ ସୁବିଧା ଦେବା ସହ ଆସ୍ପେକ୍ଟ ରେସିଓ ୧୯: ୯ ରହିଛି । ଭଲ ପରଫରମନ୍ସ ପାଇଁ ମିଡ଼ିଆଟେକ ହିଲିଓ ଏ ୨୨ ଏସଓସି ଓ ୨ ଜିବି ରାମର ସପୋର୍ଟ ମିଳିବ । ଏହି ଫୋନ ଏଣ୍ଡ୍ରଏଡ଼ ୯.୦ ପାଇ ଅପରେଟିଙ୍ଗ ସିଷ୍ଟମ ସହ ହିଁ କାମ କରିଥାଏ । ଏଥିରେ ସମୁଦାୟ ୨ ଟି କ୍ୟାମେରା ଦିଆଯାଇଥିବା ବେଳେ ଗୋଟିଏ ୧୩ ମେଗା ପିକଶାଲା ଓ ୨ୟ ଟି ୨ ମେଗାପିକସାଲର ରହିଛି । ୟୁଜର୍ସ ମାନେ ୫ ମେଗାପିକସାଲ କ୍ୟାମେରା ସହ ସେଲ୍ଫି ଉଠେଇପାରିବେ । ଏସବୁ ବାଦ କମ୍ପାନୀ ଏଥିରେ ଭଲ କନେକ୍ଟିଭିଟିର ସୁବିଧା ମଧ୍ୟ ଦେବା ସହ ୩୨,୦୦ ଏମଏଚ ବ୍ୟାଟେରୀ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.