ଲାଲଗଡ଼ରେ ଲାଲ ଆତଙ୍କର ନକ୍ସା, ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଏକ ବିରାଟ ପଥରରେ ପ୍ରସ୍ତୁତ ହୋଇଛି ମ୍ୟାପ୍‌

ଲାଲ କରିଡରରେ ଲାଲ ଆତଙ୍କର ନକ୍ସା । ନକ୍ସା ପ୍ରସ୍ତୁତ କରିଛନ୍ତି ଟପ୍‌ କ୍ୟାଡର ମାଓବାଦୀ । ପୋଲିସକୁ ଟାର୍ଗେଟ୍‌ କରି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥିଲେ ମାଓବାଦୀ । ଏକ ବିରାଟ ପଥରରେ ତିଆରି ହୋଇଛି ନକ୍ସା । ଯାହାର ଏକ୍ସକ୍ଲୁସିଭ୍‌ ଭିଜୁଆଲ ଏବେ ହାତରେ ଲାଗିଛି। ପଥରରେ ଅଙ୍କାଯାଇଛି ସୁରକ୍ଷାକର୍ମୀଙ୍କ କ୍ୟାମ୍ପର ସଂପୂର୍ଣ୍ଣ ନକ୍ସା । ପୋଲିସ କ୍ୟାମ୍ପରେ କିପରି ସୁରକ୍ଷା ପାଚେରୀ ରହିଛି । କେଉଁ ବାଟ ଦେଇ ମାଓବାଦୀ ଆକ୍ରମଣ କରିବେ । ଏହାର ଚିତ୍ର ରହିଛି । ଏକ ହେଲିକପ୍ଟରର ଚିତ୍ର ମଧ୍ୟ ରହିଛି ପଥର ଉପରେ ।

ଏଥିରୁ ଜଣାପଡୁଛି ସୁରକ୍ଷାକର୍ମୀଙ୍କ ହେଲିପକ୍ଟର ଆସିଲେ କିପରି ଅଟକାଯାଇ ପାରିବ । ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ଏହା ସହ ଧନୁତୀର ଚିତ୍ର ମଧ୍ୟ ରହିଛି । ଏହାର ଅର୍ଥ ମାଓବାଦୀଙ୍କ ପାଖରେ ଗୁଳି ସରିଗଲେ, କିପରି ଧନୁତୀରକୁ ବ୍ୟବହାର କରାଯାଇପାରିବ । ସୁରକ୍ଷାକର୍ମୀଙ୍କ କ୍ୟାମ୍ପକୁ ସଂଯୋଗ କରୁଥିବା ରାସ୍ତାର ଚିତ୍ର ମଧ୍ୟ ରହିଛି । ଏପରି ଅନେକ ଚିତ୍ର ରହିଛି, ଯାହାକି ବୁଝିବା କଷ୍ଟକର । ପାଖରେ ଦୁଇଟି ଗାଁ ରହିଥିବାରୁ ମାଓବାଦୀମାନେ ଗାଁ ଲୋକଙ୍କଠାରୁ ବହୁ ସୁବିଧା ପାଇପାରୁଥିଲେ ।

maoଗତକାଲି ମାଓବାଦୀଙ୍କ ଏପରି କିଛି ଯୋଜନାକୁ ପଣ୍ଡ କରିଥିଲେ ସୁରକ୍ଷାକର୍ମୀ । ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଗଇଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଆଡ୍ଡା ଧ୍ୱଂସ ହୋଇଥିଶା । ଜବତ ହୋଇଥିଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ମାଓ କିଟ୍‌ ବ୍ୟାଗ। ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଏସଓଜି, ବିଏସଏଫ ଓ ଡିଭିଏଫ ଯବାନଙ୍କ ଏକ ଟିମ ଗଇଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ଅତିର୍କିତ ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.