ନୂଆ ତାରିଖ ଘୋଷଣା ପରେ ତିହାର ଜେଲରେ ଫାଶୀ ପ୍ରସ୍ତୁତି ଆରମ୍ଭ, ୪ ଦୋଷୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ନିର୍ଭୟାକାଣ୍ଡର ଦୋଷୀଙ୍କ ପାଇଁ ପୁଣି ଥରେ ଡେଥ ୱାରେଣ୍ଟ ଜାରି । ଫେବୃଆରି ୧ତାରିଖ ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିବା ଓ ଡେଥ ୱାରେଣ୍ଟ ଜାରି ପରେ ଫାଶୀ ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ପୁଣି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସାଧାରଣ ସ୍ୱାସ୍ଥ୍ୟ ପାଇଁ ୪ ଦୋଷୀଙ୍କ ଖାଦ୍ୟକୁ ନିୟନ୍ତ୍ରଣ କରାଯିବା ଆରମ୍ଭ ହୋଇଛି। ଗତ ବୁଧବାର ବିନୟ ଶର୍ମା ସେଲ ମଧ୍ୟରେ ଚେତା ହରାଇବା ଓ ପରେ ଖାଦ୍ୟ ଗ୍ରହଣ କରିବାକୁ ମନା କରିଦେବା ପରେ ଜେଲ କର୍ତ୍ତୃପକ୍ଷ ସମସ୍ତଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ଏମାନଙ୍କ ଆଚରଣ, ଗତିବିଧିକୁ ମଧ୍ୟ ତୀକ୍ଷ୍‌ଣ ଭାବେ ନଜର ରଖାଯାଉଛି। ଜେଲ କର୍ମଚାରୀ ଓ ସୁରକ୍ଷା କର୍ମୀ ୪ ଅଭିଯୁକ୍ତଙ୍କ ଉପରେ ୨୪ଘଣ୍ଟିଆ ଦୃଷ୍ଟି ରଖିଛନ୍ତି। ବିଶେଷ କରି ବାଥ୍‌ରୁମ ଯିବା ସମୟ ଓ ରାତି ସମୟରେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି।

rape caseମୁକେଶ କୁମାର, ପବନ କୁମାର, ବିନୟ ଶର୍ମା ଓ ଅକ୍ଷୟ ସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବକ୍ସର ଜେଲରୁ ଦିନକ ପୂର୍ବରୁ ନୂଆ ଫାଶୀ ଦଉଡ଼ି ଅଣାଯିବ ବୋଲି ଜଣାପଡ଼ିଛି। ଜାନୁଆରି ୨୨ତାରିଖ ପାଇଁ ପ୍ରସ୍ତୁତ ଫାଶୀ ଦଉଡ଼ି ବର୍ତ୍ତମାନ ବ୍ୟବହାର ଯୋଗ୍ୟ ହେବ ନାହିଁ । ଫାଶୀ ତାରିଖ ଘୁଞ୍ଚିବା ପରେ ବର୍ତ୍ତମାନ ୪ ଦୋଷୀ ନିଜ ପରିବାର ବର୍ଗ ଓ ଓକିଲଙ୍କୁ ସପ୍ତାହକୁ ଦୁଇଥର ଭେଟିବାକୁ ସୁଯୋଗ ପାଇବେ। ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯିବା ପରେ ବର୍ତ୍ତମାନ ସୁପ୍ରିମ କୋର୍ଟରେ ଦୟା ଆବେଦନ କରିଛି ପବନ ଗୁପ୍ତା। ନିର୍ଭୟାକାଣ୍ଡ ବେଳେ ସେ ନାବାଳକ ଥିବା ଦର୍ଶାଇ ଦୟା ଆବେଦନ କରିଛି।

ସେପଟେ ଏବେ ବି ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ ସିଂହ ମଧ୍ୟ ରାଜକ୍ଷମା ଆବେଦନ କରିବାର ସମ୍ଭାବନା ରହିଛି। ଦିଲ୍ଲୀ ସଂଶୋଧିତ କାରାଗାର ନିୟମ ୨୦୧୮ର ନିୟମ ୮୫୪ ଅନୁଯାୟୀ ଏକକାଳୀନ ଏକରୁ ଅଧିକ ଦୋଷୀଙ୍କୁ ଫାଶୀ ଦିଆଯିବା ସମୟରେ ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିବା ପରେ ଫାଶୀ ଦିଆଯିବ। ଫଳରେ ଫାଶୀ ପ୍ରକ୍ରିୟା ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.