Lenovo ଆଣିଲା ବିଶ୍ୱର ସବୁଠାରୁ ହାଲୁକା ଲାପ୍‌ଟପ୍‌, ଜାଣନ୍ତୁ କେତେ ରହିଛି ଓଜନ

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Lenovo’ ବିଶ୍ୱର ସବୁଠାରୁ ହାଲୁକା ଲାପ୍‌ଟପ୍‌ Lavie Pro Mobile ଲଞ୍ଚ୍‌ କରିଛି, ଯାହାର ଓଜନ ରହିଛି ମାତ୍ର ୮୧୬ ଗ୍ରାମ। ଲୋକଙ୍କୁ ଏହି ଲାପ୍‌ଟପରେ ୧୩ ଇଞ୍ଚ୍‌ର ଡିସ୍‌ପ୍ଲେ ସହ ଦମ୍‌ଦାର ପ୍ରୋସେସରର ସପୋର୍ଟ ମିଳିବ। ଏହାର ଝଲକ୍‌ ଆପଣଙ୍କୁ ଟେକ୍‌ ଇଭେଣ୍ଟ ‘ସିଇଏସ୍‌ ୨୦୨୦’ରେ ଦେଖିବାକୁ ମିଳିପାରିବ। କହି ରଖୁଛୁ କି, Lenovo ଏହି ଲାପ୍‌ଟପ ପାଇଁ NEC ସହିତ ବୁଝାମଣା କରିଛି। ଆସନ୍ତୁ ଜାଣିବା, Lenovoର ଲାଟେଷ୍ଟ୍‍ ଲାପ୍‌ଟପର ଦାମ୍‌ ଏବଂ ସ୍ପେସିଫିକେଶନ ବିଷୟରେ।

la33

Lavie Pro Mobileର ଦାମ୍‌

କମ୍ପାନୀ ଏହି ଲାପ୍‌ଟପର ଦାମ୍‌ ୧,୫୯୯ ଡଲାର ଅର୍ଥାତ୍‌ ପାଖାପାଖି ୧,୧୫,୨୫୩ ଟଙ୍କା ରଖିଛି। କିନ୍ତୁ Lenovo ଏହି ଲାପ୍‌ଟପକୁ ଭାରତରେ ଲଞ୍ଚ୍‌ କରିବା ନେଇ କୌଣସି ପ୍ରକାର ସୂଚନା ଦେଇନି। ଏହି ପ୍ରଡକ୍ଟ ୨୦୨୦ ମାର୍ଚ୍ଚରୁ ଆମେରିକା ମାର୍କେଟରେ ସେଲ୍‌ ପାଇଁ ଉପଲବ୍ଧ ହେବ।

ସ୍ପେସିଫିକେଶନ

କମ୍ପାନୀ ଏହି ଲାପ୍‌ଟପରେ ୧୩.୩ ଇଞ୍ଚ୍‌ର ଏଚ୍‌ଡି ଡିସ୍‌ପ୍ଲେ ଦେଇଛି, ଯାହାର ରିଜୋଲ୍ୟୁଶନ 1920 x 1080 ପିକ୍ସଲ ରହିଛି। ୟୁଜରମାନଙ୍କୁ ଏହି ଡିଭାଇସ୍‌ରେ ବଢ଼ିଆ ପରଫର୍ମାନ୍ସ ପାଇଁ ଇଣ୍ଟେଲ୍‌ ୟୁଏଚ୍‌ଡି ୬୨୦ ଜିପିୟୁ ସହିତ ୮ ଜିବି ର‍୍ୟାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ର ସପୋର୍ଟ ଦିଆଯାଇଛି। ଲାପ୍‌ଟପ୍‌ର କି-କୋର୍ଡକୁ ଜାପାନୀ ଡିଜାଇନ୍‌ ଦିଆଯାଇଛି। ଏଥିରେ ଅଲଗା ଅଲଗା ବଟନ୍‌ ଥିବା ଯୋଗୁ ୟୁଜରମାନେ ସ୍ପୀଡ୍‌ ଟାଇପିଂ କରିପାରିବେ। ଏହାଛଡ଼ା ୟୁଜରଙ୍କୁ ଟଚ୍‌ପ୍ୟାଡ୍‌ର ମଧ୍ୟ ସପୋର୍ଟ ମିଳିବ।

la333

Lavie Pro Mobileର କନେକ୍ଟିଭିଟି

କମ୍ପାନୀ ଏହି ଲାପ୍‌ଟପର କନେକ୍ଟିଭିଟିରେ USB 3.1 Type-C, 2 Port, HDMI 1.4 ଏବଂ Micro SD card slot ଭଳି ଫିଚର୍ସ ଦେଇଛି। ଏହାଛଡ଼ା ୟୁଜରମାନଙ୍କୁ ଏହି ଡିଭାଇସ୍‌ରେ ୪୯ ଓ୍ଵାଟ୍‌ର ବ୍ୟାଟେରି ମିଳିବ। ଲାପ୍‌ଟପର ବ୍ୟାଟେରି ଲଗାତାର ୧୫ ଘଣ୍ଟା ପଯ୍ୟର୍ନ୍ତ କାମ କରିବ ବୋଲି କମ୍ପାନୀ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.