Below header

କାରରେ ବସିବାମାତ୍ରେ ଦୂର ହୋଇଯିବ ଆପଣଙ୍କ ସମସ୍ତ ଟେନସନ, ଆସିଲା ଏପରି ଟେକନିକ

ଆଜିକାଲି ପ୍ରାୟତଃ ସବୁ ଲୋକଙ୍କର ଜୀବନରେ କିଛି ନ କିଛି ଦୁଃଖ ରହୁଛି ଯାହାକୁ ଦୂର କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ତରିକା ଆପଣେଇ ନେଉଛନ୍ତି । ତେବେ ଟାଟାର ଜଗୁଆର ଲ୍ୟାଣ୍ଡରୋଭର କମ୍ପାନୀ ଏକ ଏପରି ଟେକନିକ ନେଇ ଆସିଛି ଯାହା ଆପଣଙ୍କ ଷ୍ଟ୍ରେସକୁ ଚୁଟକୀରେ ଦୂର କରିଦେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଏପରି ଏକ କାର ନେଇ ଆସିଛି ଯେଉଁଥିରେ ବସିବା ମାତ୍ରେ ଏହା ଆପଣଙ୍କ ସମସ୍ତ ଟେନସନ ଦୂର ହୋଇଯିବ।

Image result for stress free car

ସୂଚନା ଅନୁଯାୟୀ ଏହା ଏକ ଆର୍ଟିଫିସିଆଲ ଟେକନିକ ଅଟେ ଯାହା ଉପରେ କମ୍ପାନୀ ବର୍ତ୍ତମାନ କାମ କରୁଛି ଏବଂ ଏହାକୁ ସମ୍ପୂର୍ଣ୍ଣ ମଧ୍ୟ କରାଯିବ । ତେବେ ଏଥିରେ କାରଟି ଡ୍ରାଇଭର ଷ୍ଟ୍ରେସକୁ ମାପିବା ସହିତ ତାକୁ ରିଲାକ୍ସ କରିବା ପାଇଁ ଚେଷ୍ଟା କରିବ ।

Image result for stress free car

ଏହି ଟେକନିକ ଡ୍ରାଇଭର କ୍ୟାବିନର ସେଟିଙ୍ଗକୁ ବ୍ୟବସ୍ଥିତ କରିବ ଯାହାଦ୍ୱାରା ଡ୍ରାଇଭରକୁ ସବୁଆଡୁ ଏହା ରିଲାକ୍ସ କରାଇବ । ଏହି ଟେକ୍ନୋଲୋଜୀରେ ଡ୍ରାଇଭିଙ୍ଗ ଫେସିଙ୍ଗ କ୍ୟାମେରା ଏବଂ ବାୟୋମେଟ୍ରିକ ସେନସିଙ୍ଗର ବ୍ୟବହାର କରାଯାଇଛି । ଏହା ଦ୍ୱାରା ଡ୍ରାଇଭରର ମୁଡ଼ ଉପରେ ନଜର ରଖାଯାଇପାରିବ ଏବଂ ଏହାର ଆକଳନ କରାଯାଇପାରିବ ।

Image result for stress free car

ଏହି କ୍ୟାବିନରେ ହିଟିଙ୍ଗ, ଭେଣ୍ଟିଲେସନ ଏବଂ ଏୟାର କଣ୍ଡିସନିଙ୍ଗ ସିଷ୍ଟମ, ମିଡ଼ିଆ ଓ ପର୍ଯ୍ୟାପ୍ତ ଆଲୋକ ମଧ୍ୟ ସାମିଲ ରହିଛି । ଏହି ସେଟିଂସକୁ ଡ୍ରାଇଭରର ହାବଭାବ ଅନୁସାରେ ବଦଳାଯିବ ଯେଉଁ କାରଣରୁ ତାଙ୍କର ଟେନ୍ସନ ଦୂର ହେବ ଏବଂ ସେ ରିଲାକ୍ସ ଅନୁଭବ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.