ସରକାର ଲଞ୍ଚ୍ କଲେ ମେରା ରାସନ୍ ଆପ୍‌, ଏବେ ଦେଶରୁ କୌଣସି କୋଣରୁ ନେଇପାରିବେ ରାସନ୍‌

ସରକାର ପ୍ରବାସୀ ଶ୍ରମିକ ମାନଙ୍କ ସାହାଯ୍ୟ କରିବା ପାଇଁ ମେରା ରାସନ୍ (Mera Ration) ଆପ୍ ଲଞ୍ଚ୍ କରିଛନ୍ତି। ମେରା ରାସନ୍ ଆପ୍ ଭାରତ ସରକାରଙ୍କ ଓ୍ଵାନ ନେସନ୍ ଓ୍ଵାନ୍ ରାସନ୍ କାର୍ଡର ଏକ ଅଂଶ ଅଟେ। ଏହି ମେରା ରାସନ୍ ଆପ୍ ସେହି ମଜୁରିଆ ବା ଶ୍ରମିକଙ୍କ ପାଇଁ ବହୁତ ସାହାଯ୍ୟ କରିବ ଯେଉଁମାନେ କାମ ପାଇଁ ଚାଲିଯାଉଛନ୍ତି। ଏହାଛଡା ଏହା ସେହି ଶ୍ରମିକ ମାନଙ୍କୁ ବହୁତ ସାହାଯ୍ୟ କରିବ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ଥିବ। ମେରା ରାସନ ଆପର ଲାଭ ୩୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ମିଳିସାରିଛି।

ମେରା ରାସନ୍ ଆପର ଲଞ୍ଚିଙ୍ଗ୍ ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ସଚିବ ସୁଧାଂଶୁ ପାଣ୍ଡେ କଲେ। ଏହାର ଲଞ୍ଚିଙ୍ଗରେ ସେ କହିଲେ ଯେ ଏହି ସିଷ୍ଟମର ଆରମ୍ଭ ଅଗଷ୍ଟ ୨୦୧୯ରେ କେବଳ ୪ ରାଜ୍ୟରେ ହୋଇଥିଲା। ଯାହା କ୍ରମେ ୨୦୨୦ ପର‌୍ୟ୍ୟନ୍ତ ୩୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପାଖକୁ ପହଁଚାଯାଇଛି।

app rasanଦିଲ୍ଲୀ, ଛତିଶଗଡ, ଆସାମ ଏବଂ ପଶ୍ଚିମବଙ୍ଗକୁ କିଛି ମାସରେ ହିଁ ସାମିଲ କରାଯିବ। ତେବେ ଏହି ରାସନ କାର୍ଡ ପୋର୍ଟେବଲିଟୀ ସିଷ୍ଟମ ଜରିଆରେ ପ୍ରାୟ ୬୯ କୋଟି ଲାଭାର୍ଥୀଙ୍କୁ ଲାଭ ମିଳୁଛି। ସେହିପରି ପ୍ରତି ମାସ ପ୍ରାୟ ୧.୫ କୋଟି ଟ୍ରାନଜାକସନ୍ ଏହା ଜରିଆରେ ହେଉଛି।

କେମିତି କାମ କରିଥାଏ ମେରା ରାସନ୍ କାର୍ଡ ଆପ୍ ?

ପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମେରା ରାସନ ଆପ୍ ଏବେ କେବଳ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ। ମେରା ରାସନ ଆପକୁ ଆପଣ ଗୁଗଲ ପ୍ଲେ-ଷ୍ଟୋରରୁ ନିଜ ଫୋନରେ ଡାଉନଲୋଡ କରିପାରିବେ। ଏହାପରେ ଆପଣଙ୍କୁ ରାସନ୍ କାର୍ଡ ସହିତ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଲଗଇନ୍ ହେବ। ଯାହାପରେ ଏହି ଆପ୍ ସାହାଯ୍ୟରେ ଦେଶର କୌଣସି ବି ରାଜ୍ୟର ଦୋକାନରୁ ରାସନ୍ ନେଇପାରିବେ।

ଏହି ଆପରେ ଆପଣ ଏହାମଧ୍ୟ ଜାଣିପାରିବେ ଯେ ଆପଣ କେବେ ଏବଂ କେଉଁ ଦୋକାନରୁ ରାସନ୍ ନେଇଛନ୍ତି। ଏହି ଆପର ସବୁଠାରୁ ବଡ ଫାଇଦା ଏହା ଯେ ଏହା ଜରିଆରେ ଆପଣଙ୍କୁ ନିକଟସ୍ଥ ଦୋକାନ ବିଷୟରେ ସୂଚନା ମିଳିଯିବ। ଏହି ଆପରେ ଆଧାର ଅଥେଣ୍ଟିଫିକେସନ୍ ମଧ୍ୟ ରହିଛି ଏବଂ ଏହା ବର୍ତ୍ତମାନ ଇଂରାଜୀ ଏବଂ ହିନ୍ଦୀ ଭାଷାର ସପୋର୍ଟ କରୁଛି। କିନ୍ତୁ ବହୁତ ଜଲଦି ଏହାକୁ ୧୪ଟି ସ୍ଥାନୀୟ ଭାଷାର ସପୋର୍ଟ ମିଳିବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.