Below header

ନାଉପାଳଗଡ଼ି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ

ଚାନ୍ଦିପୁର(କେନ୍ୟୁଜ୍‌) :  ବାଲେଶ୍ୱର ଚାନ୍ଦିପୁର ନାଉଳପାଳଗଡ଼ିରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ସେମାନଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍‌ର ତନାଘନା ଜାରି ରହିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚାଲିଛି । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ଗତକାଲି ଦୁର୍ବୃତ୍ତଙ୍କ ଆକ୍ରମଣରେ ବାଲେଶ୍ୱର ସଦର ବ୍ଲକ ବଇଞ୍ଚାର ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ ଓରଫ ଡାକ୍ତର ବାବୁଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ପ୍ରଥମେ ଏକ ବାଇକ୍‌ରେ ୮ ଦୁର୍ବୃତ୍ତ ଆସି ବିଜଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ବିଜୟ ସେଠାରୁ ଦୌଡି ଦୌଡି ଯାଇ ବୋଟ କ୍ୟାବିନ ଭିତରେ ପଶିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ । ତାଙ୍କ ଛାତି ଓ ବେକରେ ଗୁଳି ବାଜିଥିଲା । ବିଜୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.