କରୋନା ଟିକା ନେବାକୁ ଆଉ ଦରକାର ପଡ଼ିବନି ଛୁଞ୍ଚି, ଖୁବ୍‌ଶୀଘ୍ର ଆସୁଛି ନୂଆ ଭ୍ୟାକ୍‌ସିନ୍‌

କରୋନା ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, କରୋନାର ନୂଆ ତଥା ଉନ୍ନତମାନର ଭ୍ୟାକ୍‌ସିନ୍‌ ଖୁବ୍‌ଶୀଘ୍ର ମାର୍କେଟକୁ ଆସୁଛି। ଏହାର ବିଶେଷତ୍ୱ ହେଉଛି, ଏହାକୁ ନେବା ପାଇଁ ଛୁଞ୍ଚିର ଆବଶ୍ୟକତା ପଡ଼ିବ ନାହିଁ। ଏଥିସହ ଏହାକୁ ଷ୍ଟୋର କରିବାକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଦରକାର ନାହିଁ। ଏହାକୁ ସାଧାରଣ ତାପମାତ୍ରାରେ ମଧ୍ୟ ରଖି ହେବ। ଏହି ଭ୍ୟାକ୍‌ସିନ୍‌ ଚଳିତବର୍ଷ ଶେଷ ଆଡ଼କୁ କିମ୍ବା ଆସନ୍ତା ବର୍ଷ ପ୍ରସ୍ତୁତ ହେବ ବୋଲି ବୈଜ୍ଞାନିକ କହିଛନ୍ତି।

ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ୬-୮ଟି ଭ୍ୟାକ୍‌ସିନ୍‌ର କ୍ଲିନିକାଲ ଟ୍ରାଏଲ ପୂରା ହୋଇଛି। ବର୍ଷ ଶେଷରେ ଏଗୁଡ଼ିକର ସମୀକ୍ଷା କରାଯିବ। କରୋନାର ନୂଆ ରୂପ ଧୀରେ ଧୀରେ ସାମ୍ନାକୁ ଆସୁଛି। ତାହାକୁ ଦୃଷ୍ଟିରେ ରଖି ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ମଧ୍ୟ ପରିବର୍ତ୍ତନ କରାଯାଉଛି ବୋଲି ସେ କହିଛନ୍ତି।

covid
Image Credit: ngobox

୨୦୨୨ ବେଳକୁ ଆଉ କିଛି ନୂଆ ଭ୍ୟାକ୍‌ସିନ୍‌ ମାର୍କେଟ୍‌କୁ ଆସିବାର ଅଛି। ସେସବୁ ଭ୍ୟାକ୍‌ସିନ୍‌ ନେବାକୁ ଆଉ ଇଞ୍ଜେକସନ୍‌ ଦରକାର ନାହିଁ। ଏହାକୁ ନାକ କିମ୍ବା ପାଟିପଟେ ନେଇ ହେବ। ଏହି ନୂଆ ଟିକା ଆସିବା ପରେ ଖାସ୍‌ କରି ଗର୍ଭବତୀ ମହିଳାମାନେ ଲାଭବାନ୍‌ ହେବେ। ତେବେ ବର୍ତ୍ତମାନ ସାରା ବିଶ୍ୱରେ ୮୦ରୁ ଊର୍ଦ୍ଧ୍ୱ କରୋନା ଭ୍ୟାକ୍‌ସିନ୍‌ ଉପରେ ଅଧ୍ୟୟନ ଚାଲିଛି। ମାତ୍ର ଏବେ ବି କିଛିର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍‌ ଚାଲିଛି ବୋଲି କହିଛନ୍ତି ସୌମ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.