Below header

ଟିଭି ଦେଖିବା ଚକ୍କରରେ ଶାଶୁ କରୁନଥିଲେ ରୋଷେଇ, ତା’ ପରେ ବୋହୂ କଲେ ଏମିତି କାମ

ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାରେ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ନବବଧୂ ନିଜ ଶାଶୁଙ୍କ ଅଭିଯୋଗ କରିବା ପାଇଁ ୧୧୨ ଡାଏଲ କରିଛନ୍ତି, ଅର୍ଥାତ୍ ପୋଲିସକୁ ଡାକିଛନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ଯ ହେଉଥିବେ କିନ୍ତୁ ଏହା କୌଣସି କଳି ଝଗଡା ପାଇଁ ନୁହେଁ। ବରଂ ରୋଷେଇ କରିବା ପାଇଁ।

ଖବର ମୁତାବକ, ଗୋରଖପୁରର ଗଗହା ଥାନା ଅଞ୍ଚଳ ମଞ୍ଜାଗାଁର ନବବଧୂ ଜଣକ ଟିଭି ଦେଖିବା ଚକ୍କରରେ ରୋଷେଇ କରୁନଥିଲେ। ଆଉ ସବୁବେଳେ ବୋହୂକୁ ବାସି ଖାଇବାକୁ ଦିଅନ୍ତି। ଏହାକୁ ଅଭିଯୋଗ କରିବା ପାଇଁ ବୋହୂ ଜଣକ ପୋଲିସକୁ କଲ୍ କରିଥିଲେ। ବୋହୂଙ୍କ ଅଭିଯୋଗ ଯେ, ଶାଶୁ ଦିନ ଯାକ କେବଳ ଟିଭି ଦେଖନ୍ତି, ଆଉ ରୋଷେଇ କରନ୍ତି ନାହିଁ। ତେଣୁ ବୋହୂକୁ ବାସି ଖାଇବା ଦିଅନ୍ତି। ଯଦି ଶାଶୁ ସବୁବେଳେ ଟିଭି ଦେଖି ରୋଷେଇ କରିବେନି ବୋହୂ ଜଣକ ପ୍ରତିଦିନ ବାସି ଖାଦ୍ଯ ଖାଇ ରୋଗରେ ପଡିଯିବେ।

ବୋହୂଙ୍କ ଏପରି ଅଭିଯୋଗ ଶୁଣି ପୋଲିସ ଆଶ୍ଚର୍ଯ୍ଯ ହୋଇଯାଇଥିଲେ। କିନ୍ତୁ ବୋହୂ କଥାକୁ ଶାଶୁ ମିଛ ବୋଲି କହିଛନ୍ତି। ଶାଶୁ ବୋହୂ ଉପରେ ପାଲଟା ଅଭିଯୋଗ କରିଛନ୍ତି। ଶାଶୁ ଜଣକ କହିଛନ୍ତି ଯେ, ବୋହୂ ଦିନ ଯାକ ବସି ମୋବାଇଲରେ ବ୍ଯସ୍ତ ରୁହନ୍ତି। ଶାଶୁ ବୋହୂଙ୍କ ଏପରି ଝଗଡାକୁ ଦେଖି ପୋଲିସ ଦୁହିଁଙ୍କୁ ଚେତାବନୀ ଦେଇଛନ୍ତି। ଘରର ପୁଅ ବାହାରେ ରହି ଚାକିରି କରୁଛନ୍ତି, ତେଣୁ ପ୍ରତିଦିନ ଶାଶୁ ବୋହୂଙ୍କ ଝଗଡା ଲାଗୁଛି ବୋଲି ପଡୋଶୀଙ୍କୁ ପଚରାଉଚରା କରି ପୋଲିସ ଜାଣିବାକୁ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.